ବ୍ରହ୍ମପୁରରେ ପୋଲିସର ଲାଠି ଚାଳନା

0
Oplus_131072

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାଶ(ପିଣ୍ଟୁ)ଙ୍କୁ ଗୋଷାଣୀନୂଆଗାଁ ଥାନା ପୁଲିସ ଅଟକ ରଖିଛି। ଏହାକୁ ପ୍ରତିବାଦ କରି ପିଣ୍ଟୁଙ୍କ ଶହ ଶହ ସମର୍ଥକ ଥାନା ଆଗରେ ଧାରଣା ଦେବା ସହ ପିଣ୍ଟୁଙ୍କୁ ଛାଡ଼ିବାକୁ ଦାବି କରିଥିଲେ । ଦୀର୍ଘ ୩ଘଣ୍ଟା ଧାରଣା ଦେଇଥିବା ପିଣ୍ଟୁଙ୍କ ସମର୍ଥକଙ୍କୁ ପୁଲିସ ବୁଝାସୁଝା କରିଥିଲେ ହେଁ ସେମାନେ ବୁଝିନଥିଲେ । ଯାହା ଫଳରେ ପୁଲିସ ସେମାନଙ୍କ ଉପରେ ଲାଠି ଚାଳନା କରିବାକୁ ବାଧ୍ୟ ହେଲା । ଲାଠି ଚାଳନା କରିବା ପରେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣକୁ ଆସିନଥିଲା । ପିଣ୍ଟୁଙ୍କ କିଛି ସମର୍ଥକମାନେ ପୁଲିସ ଉପରକୁ ପଥର ମାଡ଼ କରିବା ସହ ପୁଲିସ ଭ୍ୟାନକୁ ମଧ୍ୟ ଟେକାପଥର ମାରିଛନ୍ତି । କିଛି ଟେକା ପୁଲିସ କର୍ମଚାରୀଙ୍କୁ ବାଜିଥିବା ଜଣାପଡ଼ିଛି l

LEAVE A REPLY

Please enter your comment!
Please enter your name here