ପୋଲିସ ଦ୍ଵାରା ୧୧ଟି ମଇଁଷି ଉଦ୍ଧାର, ଗାଡି ଜବତ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ଦ୍ଵାରା ୧୧ଟି ମଇଁଷିକୁ ଉଦ୍ଧାର କରାଯାଇଛି । ପଡୋଶୀ ଜିଲ୍ଲା କନ୍ଧମାଳ କୁ ବେଆଇନ ଭାବେ ମଇଁଷୀ ଚାଲାଣ ହେଉଥିବାବେଳେ ମୁଜାଗଡ ନିକଟରେ ପୋଲିସ ଚଢାଉ କରି ସଫଳତା ପାଇଛି ।

ଏଥିସହ ଗୋଟିଏ ପିକଅପ ଭ୍ୟାନ୍ ଗାଡି ସହ ଚାରି ଜଣକୁ ଗିରଫ କରିବାରେ ମଧ୍ୟ ସକ୍ଷମ ହୋଇଥିବା ବେଳେ ଜବତ ହୋଇଥିବା ମଇଁଷି ଗୁଡିକୁ ଥାନା ପରିସରରେ ରଖାଯାଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here