ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ନେଇ ତେଜିଲା ରାଜନୀତି, ବ୍ରହ୍ମପୁର ବିଜେଡି ପକ୍ଷରୁ ଘୋର ପ୍ରତିବାଦ 

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ନେଇ ତେଜିଛି ରାଜନୀତି l ପୁର ଠୁ ପଲ୍ଲୀ ସବୁଠି ନିନ୍ଦା l ଶେଷରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କଲା ଦଳ। ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ପରିବର୍ତ୍ତେ, ଏପ୍ରିଲ୍ ୨୪-ଜାତୀୟ ପଞ୍ଚାୟତିରାଜ ଦିବସରେ ହିଁ ଏହାକୁ ପାଳନ କରିବାକୁ ମୋହନ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଚିହିଁକି ଉଠିଛି ବିଜେଡି। ଦଳର ବରିଷ୍ଠ ନେତାମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି l ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିଶ୍ୱାସର ସ୍ତମ୍ଭ ‘ବିଜୁ ବାବୁ’ ତାଙ୍କରି ଅସମ୍ମାନ ବିରୁଦ୍ଧରେ ଆଜି ରାଜ୍ୟ ବ୍ୟାପି ବିରୋଧ ହେଉଅଛି l ଏହି ପରିପ୍ରେକ୍ଷୀରେ ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଈଲୁଣ୍ଡା ବ୍ଲକ ଅଫିସ ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ RDC ଅଫିସ ନିକଟରେ ଏକ ବିଶାଳ ବିକ୍ଷୋଭ ଯାତ୍ରା କରାଯାଇଥିଲା l ଯେଉଁଥିରେ ବ୍ରହ୍ମପୁର ପୂର୍ବତନ ବିଜେଡି ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଘୋର ପ୍ରତିବାଦ କରିବା ସହ ବର୍ତମାନର ରାଜ୍ୟ ମୁଖ୍ୟଙ୍କ ଉପରେ ବହେ ବର୍ଷିଛନ୍ତି l ତେବେ ଏହି ପ୍ରତିବାଦ ଯାତ୍ରାରେ ବିଜେଡିର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିବା ବେଳେ ଅନେକ ବିଜେଡି କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here