ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଜୋର ଧରିଛି ରାଜନୀତି । ଧର୍ମୀୟ ଭାବନାକୁ ବିଜେପି ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କଂଗ୍ରେସ ନେତୃତ୍ୱ ଯୋଗ ଦେବେ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରିଥିବା ବେଳେ ଏହାକୁ ନେଇ ରାଜନୀତି ତେଜିଛି । ବିଜେପି ସାଂସଦ ସୁଧାଶୁଂ ତ୍ରିବେଦୀ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏହି ନିଷ୍ପତିକୁ କଡା ସମାଲୋଚନା କରିଛନ୍ତି । ବିଜେପି କହିଛି ‘କଂଗ୍ରେସ ସନାତନ ବିରୋଧୀ ଦଳ ।
ଭୋଟ ବ୍ୟାଙ୍କ ପ୍ରଭାବିତ ଆଶଙ୍କା କରି ନେତାମାନେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେଉନାହାଁନ୍ତି’ । ‘ଦେଶର ହିତରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମକୁ କଂଗ୍ରେସ ବହିଷ୍କାର କରୁଥିବାରୁ ଦେଶବାସୀ ମଧ୍ୟ କଂଗ୍ରେସକୁ ବହିଷ୍କାର କରୁଛନ୍ତି’ ସେପଟେ ସମସ୍ତଙ୍କୁ କାର୍ଯ୍ୟକ୍ରମକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, କିଏ ଏଥିରେ ଯୋଗ ଦେବ ନଦେବ ତାହା ସେମାନଙ୍କ ନିଷ୍ପତି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ।ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ସମ୍ମତି ଜଣାଇଥିବା ଜଣାପଡିଛି । ବିଶ୍ୱ ହିନ୍ଦୁ ପରିଷଦ ଏବଂ ଆରଏସଏସର ନେତା ମାନେ ଲାଲକୃଷ୍ଣ ଆଡଭାନୀଙ୍କ ବାସଭବନରେ ପହଁଚି ତାଙ୍କୁ ନିମନ୍ତ୍ରଣ କରିଛନ୍ତି ।ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ଦେଶ ବିଦେଶର ବହୁ ବିଶିଷ୍ଟ ଅତିଥିଙ୍କ ସହ କ୍ରୀଡାବିତ୍ ଏବଂ ସେଲିବ୍ରିଟି ।ଏହା ଭିତରେ କଂଗ୍ରେସର ନିଷ୍ପତିକୁ ନେଇ ରାଜନୀତି ଜୋର ଧରିଛି ।