ବିପ୍ଲବୀ ପରିକ୍ରମା ଡିଜିଟାଲ :- ଅପେକ୍ଷା କରନ୍ତୁ, ଆଉ କିଛି ଦିନର ବ୍ୟବଧାନ ପରେ ଆଳୁ ଦର କମିଯିବ । ଏହା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତାଙ୍କ କହିବା ପ୍ରକାରେ, ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ନ ଆସିବାରୁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଉଛି। ପଶ୍ଚିମବଙ୍ଗ ଓ ଓଡ଼ିଶା ଭିତରେ କିଛି ଟକରାଟକରି ନାହିଁ । ଆଳୁ ଯୋଗାଣ ନେଇ ସେମାନଙ୍କ ସହ ଫାଇଟ୍ କରିବାକୁ ଚାହୁଁନୁ । ପଶ୍ଚିମବଙ୍ଗ ସରକାର ତାଙ୍କ ପଲିସି ଅନୁସାରେ କାମ କରୁଛନ୍ତି। ଆମେ ଆମ ପଲିସି ତିଆରି କରିବୁ। ଆଳୁରେ ସ୍ୱୟଂସମ୍ପୂର୍ଣ୍ଣ ହେବ ଓଡ଼ିଶା। ଆଳୁ ପାଇଁ କାହା ପାଖରେ ହାତ ପତାଇବାକୁ ଚାହୁଁନାହୁଁ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।