ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିବାହ କରିଲେ ଜାତିରୁ ବାସନ୍ଦ ହେଲେ । ଅନ୍ୟ ଜାତିରେ ବିବାହ କରିବା ପ୍ରଦୀପ ମାଝୀଙ୍କୁ ପଡିଛି ମହଙ୍ଗା । ପ୍ରଦୀପ ଓ ତାଙ୍କ ପରିବାରଙ୍କୁ ନିଜ ଜାତି କଲା ସମାଜିକ ବାସନ୍ଦ । ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବାରୁ ୧୨ ବର୍ଷ ପାଇଁ ନିଜ ସମାଜିକ ବାସନ୍ଦର ଶିକାର ହେଲେ ପୂର୍ବତନ ନବରଙ୍ଗପୁର ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ ।
ଧାମନାଗୁଡାଠାରେ ଅନୁଷ୍ଠିତ ହୋଇଥିବା ଆଦିବାସୀ ଭତରା ସମାଜର କେନ୍ଦ୍ରୀୟ କମିଟିର ବୈଠକରେ ପ୍ରଦୀପ ମାଝୀଙ୍କ ବିବାହକୁ ନେଇ ଆଲୋଚନା ହୋଇଥିଲା ।ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଦୀପ ମାଝୀ ଏବଂ ତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଜାତିରୁ ସାମାଜିକ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଦୀପଙ୍କ ପରିବାରର କୌଣସି ଭଲମନ୍ଦ କାର୍ଯ୍ୟରେ ଆଦିବାସୀ ସମାଜର କେହି ଯୋଗ ଦେବେ ନାହିଁ ବୋଲି ବୈଠକରେ କଠୋର ନିଷ୍ପତ୍ତି ନିଆଯାଇଥିଲା। ମାର୍ଚ୍ଚ ୧୨ ତାରିଖ ଗୋଆରେ କେନ୍ଦ୍ରାପଡା ଜିଲ୍ଲାର ସୁଶ୍ରୀ ସଙ୍ଗିତା ସାହୁଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ସୁଶ୍ରୀ ସଙ୍ଗୀତା ସାହୁ ଅନ୍ୟ ଜାତିର ହୋଇଥିବାରୁ ପ୍ରଦୀପ ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବା ଆଦିବାସୀ ଭତରା କେନ୍ଦ୍ରୀୟ କମିଟି ପକ୍ଷରୁ ଗୁରୁତର ଅଭିଯୋଗ ଅଣାଯାଇଥିଲା । ଏହି ବିବାହ କରି ପ୍ରଦୀବ ନିଜ ସମାଜ ପ୍ରତି ଘୃଣାଭାବ ରଖିଥିବା ନେଇ ଆଦିବାସୀ କେନ୍ଦ୍ରୀୟ କମିଟି ସଦସ୍ୟ ଅଭିଯୋଗ କରିଛନ୍ତି। ପୂର୍ବରୁ ପ୍ରଦୀପ ନିଜ ଭଉଣୀ ସଞ୍ଜୁ ମାଝୀଙ୍କର ବିବାହ ଏକ ବ୍ରାହ୍ମଣ ପରିବାରରେ କୋଟପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ କରାଇଥିଲେ। ଏହାକୁ ଆଦିବାସୀ ସମାଜ ପକ୍ଷରୁ ନାପସନ୍ଦ କରାଯାଇଥିଲା। ତେବେ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।
ପ୍ରଦୀପ ଙ୍କ ଏହି ମାଙ୍ଗଳିକ କାର୍ଯ୍ୟ ଗୁଡିକ ଅଖିଳ ଭାରତୀୟ ଆଦିବାସୀ ଭାତରାକୁ କୁଠାରାଘାତ କରୁଥିବା ଅଭିଯୋଗ କରି ୧୨ ବର୍ଷ ଯାଏଁ ନିଜ ଜାତିରୁ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ନେଇ ସମାଜ କେନ୍ଦ୍ରୀୟ କମିଟି ତରଫରୁ ପ୍ରକାଶ କରାଯାଇଛି । ଏନେଇ ସମାଜର ସଭାପତି ଟିକାଚାନ୍ଦ କହିଛନ୍ତି, “ଯେହେତୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଣ ଆଦିବାସୀ ମହିଳାଙ୍କୁ ବିବାହ କରିଛନ୍ତି । ଆମେ ତାଙ୍କୁ ସମାଜରୁ ବାସନ୍ଦ କରିଛୁ । ପୂର୍ବରୁ ଏହା ପ୍ରଚଳିତ ହୋଇଆସୁଛି । ୧୨ ବର୍ଷ ପାଇଁ ସେ ଓ ତାଙ୍କ ପରିବାର ଆମ ସମାଜରେ ରହିବେ ନାହିଁ ।”
ତେବେ ପ୍ରଦୀପଙ୍କ ଭାଇ ପ୍ରସନ୍ନ ମାଝୀ କହିଛନ୍ତି, “ଆମକୁ ବାସନ୍ଦ କରାଯାଇଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଲୁ । ସମାଜ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଯଦି ଆବଶ୍ୟକ ପଡ଼ିଲେ ସମାଜର ଦଣ୍ଡାଦେଶକୁ ମାନିବୁ ଏବଂ ସମାଜର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯିବ l