ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବହୁଚର୍ଚ୍ଚିତ ଟାଟା କଂପାନିରେ ଚାକିରି ନାମରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି ମିଳିଛି। ଏମ୍‌ପି/ଏମ୍‌ଏଲ୍‌ଏ ‌କୋର୍ଟରେ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ୨ଟି ମାମଲାରେ ଆଶ୍ବସ୍ତି ମିଳିଛି। ଏଥି ସହିତ ଅଭୟ ପାଠକ ଓ ତାଙ୍କର ପୁଅ ଆକାଶ ପାଠକଙ୍କୁ ମଧ୍ୟ ଆଶ୍ବସ୍ତି ମିଳିଛି। ଆଜି କୋର୍ଟରୁ ଏହି ୩ ଜଣଙ୍କୁ ଆଶ୍ବସ୍ତି ମିଳିଥିବା ବେଳେ ଅନ୍ୟ ୩ଟି ମାମଲରେ ଆସନ୍ତାକାଲି ଶୁଣାଣି ହେବ। ଟାଟା ମୋଟର୍ସରେ ଚାକିରି କରେଇଦେବା ନାଁରେ ଠକେଇ ମାମଲାରୁ ପୂର୍ବରୁ ୫ ଜଣ ଏତଲାକାରୀ ଓହରି ଯାଇଛନ୍ତି। ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ୫ ଜଣ କହିଛନ୍ତି।

 

ସୂଚନା ପ୍ରକାରେ ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଟଙ୍କା ଠକେଇ ନେଇ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ପ୍ରଦୀପଙ୍କ ନାମରେ ଅଭିଯୋଗ ହୋଇଥିଲା। ପ୍ରଥମେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଅଭିଯୋଗ ପରେ କଟକ ସାଇବର୍‌ ଥାନାରେ ମାମଲା ରୁଜୁ ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗତ ୨୦୨୦ ନଭେମ୍ବରରେ ବ୍ରହ୍ମପୁର ଆସିଥିଲା। ତଦନ୍ତ ପରେ ପର୍ଯ୍ୟାୟ କ୍ରମେ ପ୍ରଦୀପଙ୍କ ନାମରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା। ୪ଟି ମାମଲା ଗୋଳନ୍ଥରା ଥାନା (ଜିଆର୍‌ ନମ୍ବର-୨୨୨୫/୨୦, ୨୨୬୮/୨୦, ୬୨/୨୧, ୬୭୮/୨୧)ରେ ରୁଜୁ ହୋଇଥିବା ବେଳେ ଗୋଟିଏ ବୈଦ୍ୟନାଥପୁର ଥାନା (ଜିଆର୍‌ ନମ୍ବର-୫୧୧/୨୧)ରେ ରୁଜୁ ହୋଇଥିଲା। ସମସ୍ତ ମାମଲାର ଚାର୍ଜଫ୍ରେମ୍‌ ସରିବା ପରେ ଆଜିଠାରୁ ବିଚାରଣା ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here