ଶାସକ ଦଳକୁ ପ୍ରଦୀପଙ୍କ ଟାର୍ଗେଟ, କହିଲେ ନାରଙ୍ଗୀରେ ରଙ୍ଗାୟିତ ହେବ ପୁରା ଓଡ଼ିଶା

0

ବ୍ରହ୍ମପୁର (ବିପ୍ଲବୀ ପରିକ୍ରମା ):- ପୁଣି ବିଜେଡିକୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା ଜୟ ଶ୍ରୀରାମ ନାରା ଦେବାରୁ ବିଡିଓ ଗାଳି ଖାଇଲେ ବୋଲି କହିଛନ୍ତି ପ୍ରଦୀପ । ଏହି ଘଟଣା ପରେ ମୋ ବିରୋଧରେ ଚାର୍ଜଫ୍ରେମ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପ୍ରଦୀପ । ସୋସିଆଲ ମିଡିଆରେ ମିଛ ପ୍ରଚାର ପାଇଁ ୬ କୋଟି ଖର୍ଚ୍ଚ କରୁଛି ବିଜେଡି । ଆଗକୁ ସମଗ୍ର ଓଡ଼ିଶାରେ ଜୟ ଶ୍ରୀରାମ ନାରା ଗୁଞ୍ଜରଣ ହେବ । ଆଗକୁ ଓଡ଼ିଶାରେ ଅରେଞ୍ଜ ଲହର ଆସିବାକୁ ଯାଉଛି । ଖୁବ୍ ଶୀଘ୍ର ଓଡ଼ିଶାରେ ଗ୍ରୀନରୁ ଅରେଞ୍ଜ, ବିରାଟ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି l

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ବ୍ୟକ୍ତିଗତ ସମ୍ପତ୍ତି ହୋଇଥିଲେ ବି ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ନାଁରେ କେତୋଟି ନୂଆ ଅଟ୍ଟାଳିକା ନିର୍ମାଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ଏହାସହ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ରଖିବେ କି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ପ୍ରଦୀପ ।ସେହିପରି ଶଙ୍ଖ ଭବନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ଟଙ୍କା କେଉଁଠୁ ଆସିଲା କିଏ କାମ କଲା ତାହାର ହିସାବ ମାଗିଛନ୍ତି । ତେବେ ପ୍ରଦୀପଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଚୁପ ବସିନୀ ଗଞ୍ଜାମ ଜିଲ୍ଲା ବିଜେଡି > ଜନବିରୋଧୀ ନେତା ପ୍ରଦୀପଙ୍କ ବାଚାଳାମି ଚରମସୀମାରେ ପହଞ୍ଚିଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କୋର୍ଟ ଚାର୍ଜଫ୍ରେମ କରିବା ପରେ ପ୍ରଦୀପଙ୍କ ବୁଦ୍ଧି ହଜିଯାଇଛି । ସେ କେତେବେଳେ କ’ଣ କହୁଛନ୍ତି, କ’ଣ କରୁଛନ୍ତି ଜାଣିପାରୁନାହାଁନ୍ତି କହି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛି ଗଞ୍ଜାମ ବିଜେଡି । ଏହାସହ ପ୍ରଦୀପ ଗଣମାଧ୍ୟମରେ ଦେଇଥିବା ବିବୃତିର ପ୍ରତିକ୍ରିୟା ରଖିଛି ଗଞ୍ଜାମ ଜିଲ୍ଲା ବିଜେଡି । ତାଙ୍କ ମୁଣ୍ଡ ଠିକ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟକ ।

ଲୋକ ପ୍ରତିନିଧି ହୋଇ ଲୋକଙ୍କୁ ଠକିଛନ୍ତି । ଚାକିରି ଦେବା ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ବିଜେଡିରୁ ତଡା ଖାଇବା ପରେ ଦଳ ବିରୋଧରେ ପାଗଳଙ୍କ ଭଳି ପ୍ରଳାପ କରୁଛନ୍ତି । ସେ ଭଲ ଭାବରେ ଜାଣିଛନ୍ତି ସେ ଦୋଷ କରିଛନ୍ତି । ତଥ୍ଯ ଓ ପ୍ରମାଣ ଅଛି । କଠିନ ଦଣ୍ଡ ପାଇବା ଭୟରେ ସେ ଏଭଳି ଆଚରଣ କରୁଛନ୍ତି । ଏବେ ଏକ ନିର୍ଦ୍ଦିଷ୍ଟ ଦଳକୁ ଯିବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ସେ ଦଳ ଏଭଳି ଲୋକଙ୍କୁ ଗ୍ରହଣ କରୁନାହିଁ । ଏଭଳି ବିବୃତିକୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

LEAVE A REPLY

Please enter your comment!
Please enter your name here