ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ପୁରସ୍କୃତ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ )ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେଲା ‘ପ୍ରତୀକ୍ଷା’ । ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ପୁରସ୍କାର ଗ୍ରହଣ କଲେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ଅନୁପମ । ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ଭାବେ ‘ପ୍ରତୀକ୍ଷା’କୁ ପୁରସ୍କୃତ କରାଯିବା ଓଡ଼ିଶା ପାଇଁ ଗୌରବ ନେଇ ଆସିଛି। ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷାର ପ୍ରଯୋଜକ ଓ ନିର୍ଦ୍ଦେଶକ ହେଉଛନ୍ତି ଅନୁପମ ପଟ୍ଟନାୟକ। ପୁରସ୍କାର ବାବଦରେ ରଜତ କମଳ ଓ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଗତି କରୁଥିବା ବେଳେ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ରୂପେ ଜାତୀୟ ପୁରସ୍କାର ପାଇଁ ବିଭିନ୍ନ ମହଲରେ ଖୁସିର ଲହରୀ ସୃଷ୍ଟି ହୋଇଛି ।

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ 'ପ୍ରତୀକ୍ଷା' ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ | Pratikhya - YouTube

ସେହିପରି ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ ପାଇଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର ।

କ୍ରୀତି ସନ୍ନୋନ ଓ ଆଲିଆ ଭଟ୍ଟ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ।ଚଳଚ୍ଚିତ୍ର ମିମି ପାଇଁ କ୍ରୀତି, ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ପୁରସ୍କୃତ ।

ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ସହଅଭିନେତା, ପଲ୍ଲବୀ ଯୋଶୀ ଶ୍ରେଷ୍ଠ ସହଅଭିନେତ୍ରୀ ପୁରସ୍କାର ପାଇଛନ୍ତି।

Pankaj Tripathi receives 69th National Award.

ଅଲ୍ଲୁ ଅର୍ଜୁନ ହେଉଛନ୍ତି ପ୍ରଥମ ତେଲୁଗୁ ଅଭିନେତା ଯିଏ କି ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି । ଅନ୍ୟପଟେ ୱାହିଦା ରେହମାନଙ୍କୁ ଭାରତୀୟ ସିନେମାରେ ନିଜର ଅବଦାନ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଛି ।ସେପଟେ ବେଷ୍ଟ ଫିଚର ଫିଲ୍ମ ଭାବେ Rocketry: The Nambi Effect ସମ୍ମାନିତ ହୋଇଛି । ରାଷ୍ଟ୍ରୀୟ ଏକତା ପାଇଁ ‘The Kashmir Files’ ସର୍ବଶ୍ରେଷ୍ଠ ନର୍ଗିସ ଦତ୍ତ ଆୱାର୍ଡରେ ସମ୍ମାନିତ ହୋଇଛି । ଶ୍ରେୟା ଘୋଷାଲଙ୍କୁ ବେଷ୍ଟ ଫିମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର ପୁରସ୍କାରରେ ସମ୍ମାନିତ କରାଯାଇଛି । ପଞ୍ଚମ ଥର ପାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଶ୍ରେୟା । ଏଥର ସେ ‘Iravin Nizhal’ର ‘Mayava Chayava’ ଗୀତ ପାଇଁ ପୁରସ୍କାର ପାଇଛନ୍ତି ।Shreya Ghoshal receives her fifth National Award.

ବେଷ୍ଟ ମ୍ୟୁଜିକ୍‌ କମ୍ପୋଜର ଭାବେ ଦେବୀ ପ୍ରସାଦଙ୍କୁ ପୁରସ୍କାର ଦିଆଯାଇଛି । ପୁଷ୍ପା ଗୀତ ପାଇଁ ଏହି ପୁରସ୍କାର ଦିଆଯାଇଛି । ‘ସେରସାହ’ ପାଇଁ କରଣ ଜୋହର ଓ ବିଷ୍ଣୁ ବର୍ଦ୍ଧନଙ୍କୁ ବେଷ୍ଟ ଡାଇରେକ୍ଟର ପୁରସ୍କାର ।ସେହିଭଳି ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ‘ପ୍ରତୀକ୍ଷା’ର ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି । ବାପ-ପୁଅ ସମ୍ପର୍କକୁ ନେଇ ଏକ ଗଳ୍ପରୁ ଫିଲ୍ମଟି ଅନୁପ୍ରାଣିତ ହୋଇଛି।

LEAVE A REPLY

Please enter your comment!
Please enter your name here