୯୦ ଦିନିଆ ‘ଦେଶ ପାଇଁ ମଧ୍ୟସ୍ଥତା’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭାରତର ସମସ୍ତ ହାଇକୋର୍ଟ, ଜିଲ୍ଲା କୋର୍ଟ,ତାଲୁକ କୋର୍ଟଗୁଡିକରେ ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ ପାଇଁ ୯୦ ଦିନିଆ ‘ଦେଶ ପାଇଁ ମଧ୍ୟସ୍ଥତା’ କାର୍ଯ୍ୟକ୍ରମକୁ ସଫଳ ରୂପେ ସମାଧାନ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଜାତୀୟ ଆଇନ୍ ସେବା ପ୍ରାଧୀକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ ଡ଼ା ଭାଗ୍ୟଲଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ସୋମବାର ରିଜିଓନାଲ ଜୁଡ଼ିସିଆଲ ଏକାଡେମୀର ଟ୍ରେନିଂ ହଲରେ ଅନୁଷ୍ଠିତ ହୋଇଯାଇଛି l

‘ଦେଶ ପାଇଁ ମଧ୍ୟସ୍ଥତା ‘ ଅଭିଯାନ ୧ ଜୁଲାଇ ୨୦୨୫ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ । ମଧ୍ୟସ୍ଥତା ହେଉଛି ବିବାଦ ସମାଧାନର ଏକ ବିକଳ୍ପ ବ୍ୟବସ୍ଥା, ଯେଉଁଥିରେ କି ଉଭୟ ପକ୍ଷ ମଧ୍ୟସ୍ଥଙ୍କ ସହାୟତାରେ ସେମାନଙ୍କର ବିବାଦକୁ କମ ଖର୍ଚ୍ଚରେ ଏବଂ ଅଳ୍ପ ସମୟରେ ସମାଧାନ କରିପାରିବେ । ମଧ୍ୟସ୍ଥତାଦ୍ୱାରା ମାମଲାଟି ସମାଧାନ ହୋଇଗଲେ ଦାୟର ହୋଇଥିବା କୋର୍ଟ ଫି ଫେରସ୍ତ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି l

Oplus_131072

ଏହି ମଧ୍ୟସ୍ଥତା ଅଭିଯାନରେ ବୈବାହିକ ବିବାଦ ମାମଲା,ଦୁର୍ଘଟଣା ଦାବି ମାମଲା,ଘରୋଇ ହିଂସା ମାମଲା, ଚେକ୍ ବାଉନ୍ସ ମାମଲା, ବାଣିଜ୍ୟିକ ବିବାଦ ମାମଲା,ଫୌଜଦାରୀ ମାମଲା,ଗ୍ରାହକ ବିବାଦ ମାମଲା, ଋଣ ଆଦାୟ ମାମଲା,ବହିଷ୍କାର ମାମଲା,ଜମି ଅଧିଗ୍ରହଣ ମାମଲା,ଅନ୍ୟାନ୍ୟ ଉପଯୁକ୍ତ ଦେୱାନୀ ମାମଲା ଗୁଡିକର ସମାଧାନ ହୋଇପାରିବ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅନେକ ମଧ୍ୟସ୍ଥ ଉପସ୍ଥିତ ରହିଥିଲେ l ଜିଲ୍ଲା ଓ ଦୌରା ଜଜ ତଥା ଅଧ୍ୟକ୍ଷା ଉପସ୍ଥିତ ମଧ୍ୟସ୍ଥ ମାନଙ୍କୁ କିପରି ଅଧିକରୁ ଅଧିକ ମାମଲା ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହୋଇପାରିବ, ସେ ଉପରେ ଆଲୋଚନା କରିଥିଲେ l

LEAVE A REPLY

Please enter your comment!
Please enter your name here