ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଗଂଜାମ ଜିଲ୍ଲା ଭଂଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ, ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ନିର୍ବାଚନ ସମୟରେ ବିଭିନ୍ନ ଦଳ , କିଭଳି ଭାବେ ନିର୍ବାଚନ କମିଶନଙ୍କ ନିୟମକୁ ପାଳନ କରିବେ ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରତି ଧ୍ୟାନ ଦେବେ ସେନେଇ ଆଲୋଚନା ହୋଇଥିଲା ।
ଆୟୋଜିତ ବୈଠକରେ ଆସିକା , ସୋରଡା ଏବଂ ଭଂଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପରିଚାଳନା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଭଂଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ବିଭିନ୍ନ ବ୍ଳକର ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।