ବାତ୍ୟା ଦାନା ପାଇଁ ଭଞ୍ଜନଗର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

0

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ବାତ୍ୟା “ଦାନା” ମୁକାବିଲା ପାଇଁ ଗଂଜାମ ଜିଲ୍ଲା ଭଂଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି । ଭଂଜନଗର ଏବଂ ବେଲଗୁଣ୍ଠା ବ୍ଳକ ଅଞ୍ଚଳରେ କଚ୍ଚା ଘରେ ରହୁଥିବା ଲୋକଙ୍କୁ, ବହୁମୁଖି ବନ୍ୟା ଆଶ୍ରୟସ୍ଥଳ କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି ।

ବାତ୍ୟା ଜନିତ ପ୍ରଭାବରେ ଜନସାଧାରଣ ଏବଂ ପରିବାର ଗୁଡ଼ିକ ଯେଭଳି ସୁରକ୍ଷିତ ରହିବେ, ସେନେଇ ଗୁରୁତ୍ବ ଦିଆଯାଇଛି । ଭଂଜନଗର ଉପଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ବ୍ଳକ୍ ପ୍ରଶାସନିକ ଅଧିକାରୀ ମାନେ, ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here