ନିଜ ଜନ୍ମମାଟିରେ ମହିଳାଙ୍କ ସହ ନାଚିଲେ ମହାମହିମ 

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉପରବେଡା ଗ୍ରାମକୁ ଯାଇଛନ୍ତି। ରାଷ୍ଟ୍ରପତି ସେଠାରେ ଏକ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୨୫ ଜୁଲାଇ ୨୦୨୨ରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଗ୍ରହଣ କରିବା ପରେ ସେ ପ୍ରଥମ ଥର ପାଇଁ ନିଜ ପୈତୃକ ଘର ପରିଦର୍ଶନ କରିବାକୁ ଯାଇଛନ୍ତି। ରଙ୍ଗବେରଙ୍ଗ ଆଲୋକ ଏବଂ ରଙ୍ଗୋଲିରେ ସଜାଯାଇଥିବା ଉପରବେଡା ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ଧରଣର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସତେ ଯେପରି ସ୍ଥାନୀୟ ଲୋକମାନେ କିଛି ଉତ୍ସବ ପାଳନ କରୁଛନ୍ତି । ଏପରିକି ଗ୍ରାମବାସୀମାନେ ତାଙ୍କ ଘରକୁ ନୂତନ ରଙ୍ଗରେ ରଙ୍ଗ କରିଥିଲେ ଏବଂ ତାଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାରର ସ୍ଥାନୀୟ ଖାଦ୍ୟ ପ୍ରସ୍ତୁତ କରିଥିଲେ । ଘରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦେଖିଲେ ଯେ, ପାରମ୍ପାରିକ ପୋଷାକ ପିନ୍ଧିଥିବା ସାନ୍ତାଳୀ ମହିଳାଦଳ ଗୀତର ତାଳ‌େତାଳେ ନାଚୁଛନ୍ତି। ରାଷ୍ଟ୍ରପତି ସେସବୁ ଦେଖି ଏତେ ଭାବପ୍ରବଣ ହୋଇଗଲେ ଯେ,ସେ ସେମାନଙ୍କ ସହ ନାଚିବାକୁ ଆରମ୍ଭ କରିଥିଲେ, ସତେ ଯେପରି ସେ ସେମାନଙ୍କ ମଧ୍ୟରୁ ଜଣେ ସାଧାରଣ ମହିଳା। ଏହା ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

LEAVE A REPLY

Please enter your comment!
Please enter your name here