ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ମୁର୍ମୁ ପ୍ରଥମ ଥର ପାଇଁ ମେଟ୍ରୋରେ ଯାତ୍ରା କରିଥିଲେ। ଦିଲ୍ଲୀ ମେଟ୍ରୋରେ ଯାତ୍ରା କାଳରେ ଟ୍ରେନରେ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ମୁର୍ମୁ ସେମାନଙ୍କ କ୍ୟାରିୟର ଯୋଜନା ସମ୍ପର୍କରେ ପଚାରିଥିଲେ। କଶ୍ମୀର ଗେଟ୍ ରାଜା ନାହର ସିଂହ ଭାୟୋଲେଟ୍ ଲାଇନ୍ କରିଡରରେ ଥିବା କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରେ ମେଟ୍ରୋ ଟ୍ରେନ୍ରେ ଚଢ଼ି ନେହେରୁ ପ୍ଲେସ୍ ମେଟ୍ରୋ ଷ୍ଟେସନ୍ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ଯାତ୍ରା କରିଥିଲେ ଏବଂ ପରେ କେନ୍ଦ୍ରୀୟ ସଚିବାଳୟକୁ ଫେରିଆସିଥିଲେ।
ଯାତ୍ରା କରିବାରେ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଭାରତର ଦ୍ୱିତୀୟ କାର୍ଯ୍ୟରତ ରାଷ୍ଟ୍ରପତି। ୨୦୧୨ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ମେଟ୍ରୋରେ ଯାତ୍ରା କରିଥିଲେ।ରାଷ୍ଟ୍ରପତି ଏନସିଏମସି (ନ୍ୟାସନାଲ କମନ୍ ମୋବିଲିଟି କାର୍ଡ) ରୁପେ କାର୍ଡ ବ୍ୟବହାର କରି ଏହି ସିଷ୍ଟମରେ ଯାତ୍ରା କରିଥିଲେ। ଯାତ୍ରାପରେ ରାଷ୍ଟ୍ରପତି ଭିଜିଟର୍ ବୁକ୍ରେ ଦେଇଥିବା ମନ୍ତବ୍ୟରେ ଦିଲ୍ଲୀ ମେଟ୍ରୋକୁ ପ୍ରଶଂସା କରିବା ସହ ଯାତ୍ରାକୁ ଆନନ୍ଦଦାୟକ ବୋଲି କହିଥିଲେ।