ପ୍ରୟାଗରାଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜନସମୁଦ୍ର ପାଲଟିଛି ତ୍ରିବେଣୀ ସଂଗମ। ମହାକୁମ୍ଭରେ ବୁଡ଼ ପକାଇବାକୁ ନାହିଁ ନଥିବା ଉତ୍ସାହ। ଏହାରି ଭିତରେ ଅନେକ ନେତା, ମନ୍ତ୍ରୀ ଓ ଭିଆଇପି ପ୍ରୟାଗରାଜ ଯାଇ ବୁଡ଼ ପକାଇ ସାରିଲେଣି । ସେହି କ୍ରମରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୟାଗରାଜ ଗସ୍ତରେ ଯାଇ ମହାକୁମ୍ଭରେ ସ୍ନାନ କରିବେ ।ସେ ସଙ୍ଗମରେ ବୁଡ଼ ପକାଇ ସ୍ନାନ କରିବା ସହ ଅକ୍ଷୟବଟ ଏବଂ ବଡ଼ ହନୁମାନ ମନ୍ଦିରରେ ଦର୍ଶନ ସହ ପୂଜା କରିବେ । ଏହି ସମୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ ।ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି l