ସିଏଆର ଟି-ସେଲ ଥେରାପିର ଲଂଚ୍ କଲେ ରାଷ୍ଟ୍ରପତି

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସାରା ବିଶ୍ୱ ପାଇଁ କର୍କଟ ରୋଗ ଏବେ ଚିନ୍ତାର କାରଣ ପାଲଟିଛି । କର୍କଟ ରୋଗରେ ପୀଡିତ ଲୋକଙ୍କ ମୃତ୍ୟୁହାର ମଧ୍ୟ ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ ମତ କର୍କଟ ରୋଗର ବିଳମ୍ବିତ ଚିକିତ୍ସା ପାଇଁ ମୃତ୍ୟୁହାର କମିବାରେ ଲାଗିଛି । ଦେଶର ସର୍ବାଧିକ କର୍ଳଟ ରୋଗୀଙ୍କର ଚିକିତ୍ସା ଶେଷ ପର୍ଯ୍ୟାୟରେ ହେଉଛି ।

Oplus_131072

ଏହି ସମୟରେ ରୋଗୀର ଚିକିତ୍ସା କରିବା ଓ ତାଙ୍କୁ ବଞ୍ଚାଇ ରଖିବା ବଡ କଷ୍ଟକର ।ଭାରତରେ ମଧ୍ୟ କର୍କଟ ରୋଗ ମାନବସମାଜ ପାଇଁ ଏକ ଅଭିଶାପ ପାଲଟିଯାଇଛି । ଏନେଇ ପବଇ ସ୍ଥିତ ଆଇଆଇଟି ବମ୍ବେ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଗୁରୁବାର ଦିନ କର୍ଳଟ ରୋଗର ଚିକିତ୍ସା ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ସିଏଆର ଟି-ସେଲ ଥେରାପିର ଲଂଚ କରିଛନ୍ତି । ଆଇଆଇଟି ବମ୍ବେ ଓ ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା ବିକଶିତ ଏହି ଜିନ୍ ଆଧାରିତ ଥେରାପି ବିଭିନ୍ନ ପ୍ରକାର କର୍ଳଟ ରୋଗକୁ ଠିକ୍ କରିବାରେ ସହାୟତା କରିବ ।

LEAVE A REPLY

Please enter your comment!
Please enter your name here