ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଆସନ୍ତା କାଲି ବ୍ରହ୍ମପୁର ଗସ୍ତ ରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୂଚନା ପ୍ରକାରେ,ଶୁକ୍ରବାର ଦିନ ୧୦.୩୫ ସମୟରେ ବ୍ରହ୍ମପୁର ଏୟାର ପୋର୍ଟ ରେ ଓହ୍ଲାଇବେ ରାଷ୍ଟ୍ରପତି, ସେଠାରୁ ସିଧା ଯାଇ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ। ରାଷ୍ଟ୍ରପତି ଙ୍କ ସହିତ ରାଜ୍ୟପାଳ ରଘୁବର ଦାସ,ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଦ୍ରିତିୟ ଥର କୌଣସି ରାଷ୍ଟ୍ରପତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ୫୨ ବର୍ଷ ପରେ ପୁଣି ପାଦ ଥାପୁ ଛନ୍ତି ରାଷ୍ଟ୍ରପତି ।
ତେବେ ଏଥି ପାଇଁ ସମସ୍ତେ ବେଶ୍ ଉତ୍ସାହିତ ହୋଇପଡିଥିବା ଜଣାପଡୁଛି ।ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଜିଲ୍ଲାପାଳ ,ବରିଷ୍ଟ ପ୍ରଶାସନିକ ଅଧିକାରୀ, ପୋଇସ ଅଧିକାରୀ ସମସ୍ତ ପ୍ରକାର ପ୍ରସ୍ତୁତି ର ଯାଞ୍ଚ କରିଥିବା ସୂଚନା ମିଳିଛି l