ରାଜ୍ୟପାଳଙ୍କ ବିଲ ଉପରେ ତିନିମାସରେ ନିଷ୍ପତ୍ତି ନେବେ ରାଷ୍ଟ୍ରପତି : ସୁପ୍ରିମକୋର୍ଟ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟପାଳ ବିଚାର ପାଇଁ ପଠାଇଥିବା ବିଲ ଉପରେ ତିନିମାସରେ ନିଷ୍ପତ୍ତି ନେବେ ରାଷ୍ଟ୍ରପତି। ତାମିଲନାଡୁ ସରକାର ବନାମ ରାଜ୍ୟପାଳ ମାମଲାର ଶୁଣାଣି କରି ଏଭଳି ଅଭୂତପୂର୍ବ ଟିପ୍ପଣୀ ପ୍ରଦାନ କରିଛନ୍ତି ସୁପ୍ରିମ କୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ୨ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ତିନି ମାସର ସମୟସୀମାରେ ବିଳମ୍ବ ହେଲେ ବିଳମ୍ବର ଉଚିତ କାରଣ ଦର୍ଶାଇ ସଂପୃକ୍ତ ରାଜ୍ୟକୁ ଅବଗତ କରାଇବେ ରାଷ୍ଟ୍ରପତି। ଏହା ସହ ସପୃକ୍ତ ରାଜ୍ୟମାନେ ଏଥିରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ରାଜ୍ୟମାନେ ରାଷ୍ଟ୍ରପତିଙ୍କ ପକ୍ଷରୁ କୌଣସି ସୂଚନା ନପାଆନ୍ତି ତେବେ ସେମାନେ କୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ। ଏହା ସହ ରାଜ୍ୟପାଳମାନେ ଦ୍ବିତୀୟ ଥର ରାଷ୍ଟ୍ରପତିଙ୍କ ନିକଟକୁ କୌଣସି ବିଲକୁ ବିଚାର ପାଇଁ ପଠାଇବାକୁ ଅବୈଧ ବୋଲି କହିଛନ୍ତି ସୁପ୍ରିମ କୋର୍ଟ।

LEAVE A REPLY

Please enter your comment!
Please enter your name here