ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

0

ମଣିପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅଶାନ୍ତ ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ନିକଟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏନ ବିରେନ ସିଂ। ରାଜ୍ୟପାଳଙ୍କ ସୁପାରିସ କ୍ରମେ ଗୁରୁବାର ଠାରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମଣିପୁର ହିଂସାକୁ ନେଇ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି ହେଉଥିଲା ଶେଷରେ ସେ ଇସ୍ତଫା ଦେଇଥିଲେ । ରାଜ୍ୟପାଳଙ୍କ ପ୍ରସ୍ତାବ ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଥିଲା । ଆଜି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମଣିପୁରରେ ମୈତାଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅଶାନ୍ତ ହୋଇପଡିଥିଲା ମଣିପୁର । ଏହି ହିଂସାରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ହିଂସା ବ୍ୟାପକ ମାତ୍ରାରେ ଦେଖିବାକୁ ମିଳିଥିଲା । ସଡକଠୁ ସଂସଦ ସବୁଠି ମଣିପୁର ହିଂସାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦୀର୍ଘ ଦିନରୁ ଦାବି ହୋଇଆସିୁଥିଲା । ଶେଷରେ ନିଜ ପଦରୁ ଇସ୍ତଫା ଦେଇଥିଲେ ଏନ ବିରେନ ସିଂ ।

LEAVE A REPLY

Please enter your comment!
Please enter your name here