ଆଦିବାସୀ କୁଡୁମି ସମାଜ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

0

ବାରିପଦା ( ବିପ୍ଲବୀ ପରିକ୍ରମା ):- ଆଦିବାସୀ କୁଡୁମି ସମାଜ ପକ୍ଷରୁ ବାରିପଦା ସ୍ଥିତ ସ୍ୱାଗତିକା ସମ୍ମିଳନୀ କକ୍ଷରେ “ନୋ ଏସଟି ନୋ ଭୋଟ”କୁ ପ୍ରାଧାନ୍ୟ ଦେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କୁଡୁମି ଜାତିକୁ ଆଦିବାସୀ ମାନ୍ୟତା,ଦେବା ସହ କୁଡୁମାଲି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଦାବୀ କରାଯାଇଛି। ନିକଟରେ ରାଜ୍ୟ ସରକାର କ୍ୟାବିନେଟରେ ୪ଟି ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ କରିବା ସହ ୧୬୯ ଟି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ୍ ପାଇଁ ବିଲ୍ ପାରିତ କରାଯିବା ନେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଥିଲେ ।

ଏତେ ଗୁଡିଏ ଜାତିଙ୍କ କଥା ମନେ ରଖିଲେ ହେଲେ, ଦୀର୍ଘଦିନ ରୁ ଜାତି ପାଇଁ ଆନ୍ଦୋଳନ କରୁଥିବା କୁଡୁମୀ ଜାତି ର କଥା ସରକାର ଭୁଲିଗଲେ । ତେଣୁ ଏ କୁଡୁମୀ ଜାତି ଆଉ ଚୁପ୍ ବସିବ ନାହିଁ । ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାର କୁଡୁମୀ ଜାତି କୁ ଧୋକା ଦେଇଛନ୍ତି ବୋଲି କହିଛି କୁଡୁମୀ ସମାଜ। ତେଣୁ ଦାବୀ ପୂରଣ ନହେଲେ ଆଗାମୀ ନିର୍ବାଚନରେ ଏଜାତି ତାର ଏକତା ପ୍ରଦର୍ଶନ କରିବା ସହ ଭୋଟଦାନରେ ଅସହଯୋଗ କରିବ ବୋଲି ଚେତାବନୀ ଦେଇ ‘ନୋ ଏସଟି ନୋ ଭୋଟ’ କୁ ପ୍ରାଧାନ୍ୟ ଦିଆଯିବ ବୋଲି କୁଡୁମୀ ନେତା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here