ଆଞ୍ଚଳିକ କଳିଙ୍ଗ ହର୍ବାଲ୍ ମେଳା ପାଇଁ ସାମ୍ୱାଦିକ ସମ୍ମିଳନୀ 

0

କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିଭିନ୍ନ ଆୟୁର୍ବେଦିକ ଔଷଧ, ସୁଗନ୍ଧିତ ବୃକ୍ଷ, ହର୍ବାଲ୍ ଔଷଧର ପ୍ରଦର୍ଶନୀ ଏବଂ ବିକ୍ରି ଉଦ୍ଦେଶ୍ୟରେ ସୁଲଭ ମୂଲ୍ୟରେ ଯୋଗେଇ ଦେବା ପାଇଁ ଚଳିତ ବର୍ଷ କରଞ୍ଜିଆ ବନଖଣ୍ଡ ପକ୍ଷରୁ ତଥା ରାଜ୍ୟ ଔଷଧୀୟ ବୃକ୍ଷ ସଂସ୍ଥା ସହଯୋଗରେ ଆଞ୍ଚଳିକ କଳିଙ୍ଗ ହର୍ବାଲ୍ ମେଳା ୨୦୨୫ କରଞ୍ଜିଆ କଲେଜ ପଡିଆ ଠାରେ ଆସନ୍ତା ତା ୨୩.୦୩.୨୦୨୫ ରିଖ ଠାରୁ ତା ୨୭.୦୩ ୨୦୨୫ ରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ହର୍ବାଲ୍ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରସିଦ୍ଧ ବୈଦ୍ୟ ଏବଂ ଆୟୁର୍ବେଦିକ ଔଷଧୀୟ ପ୍ରତିଷ୍ଠାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି । ଏହି ମେଳାରେ ଅନୁନ୍ୟ ୫୦ ଜଣ ବୈଦ୍ୟ, ମହିଳା ସୟଂ ସହାୟିକା ଗୋଷ୍ଠୀ, ମିଲେଟ ମିଶନ, ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ବିଭିନ୍ନ ଷ୍ଟଲ ପକାଯିବାର କାର୍ଯ୍ୟକ୍ରମ ରହିଅଛି । ଏହି ମେଳାରେ ବିଶିଷ୍ଠ ବୈଦ୍ୟ ତଥା ଆୟୁର୍ବେଦିକ ଡାକ୍ତର ମାନଙ୍କ ଦ୍ଵାରା ନିଶୁଳ୍କ ରୋଗୀ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି ତା ସହିତ ପାଞ୍ଚ ଦିନ ଧରି ପ୍ରତ୍ୟେକ ସନ୍ଧ୍ୟା ସମୟରେ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆଜି କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଅପରାହ୍ନ ୫ଘଟିକା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here