ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଆସିକା ରେ କଂଗ୍ରେସ ଦଳ ତାର ପୂର୍ବ ଗୌରବ ଫେରେଇ ଆଣିବାକୁ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି।ପୁରୁଣା କର୍ମୀ ଓ ନେତାଙ୍କୁ ଏକତ୍ରିତ କରି ତାଙ୍କୁ ସକ୍ରିୟ କରାଯିବା ସାଙ୍ଗକୁ ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ସମୟ ଆସିଯାଇଛି ବୋଲି ଆସିକା କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲା (ପଶ୍ଚିମ ) ସଭାପତି ରବୀନ୍ଦ୍ରନାଥ ଶର୍ମା ତାଙ୍କ ବାସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଆଗାମୀ ନିର୍ବାଚନ ରେ ତୃଣମୂଳ ସ୍ତରରେ ଦଳ ପାଇଁ କାର୍ଯ୍ୟକରୁଥିବା ବ୍ୟକ୍ତି ବିଶେଷଙ୍କ ନାମ ସର୍ବ ଭାରତୀୟ ଜାତୀୟ କଂଗ୍ରେସ କୁ ପ୍ରେରଣ କରାଯିବ l ଆଇସିସିର ନିଷ୍ପତି ଦଳ ନେତୃତ୍ୱ ନେଉଥିବା ନେତା କାର୍ଯ୍ୟ କରିବେ l ଦଳର ହାଇକମାଣ୍ଡ ନିଷ୍ପତି ବିରୁଦ୍ଧରେ ଯେଉଁ କର୍ମୀ କାମ କରିବେ
ତା ଉପରେ ଦଳ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନେବ l ସଭାପତି ଦାୟିତ୍ୱ ନେବା ପରେ ଆସିକା, ହିଞ୍ଜିଳି କାଟୁ, ସାନଖେମୁଣ୍ଡି, ସୋରଡ଼ା, ଭଞ୍ଜନଗର, କବିସୂର୍ଯ୍ୟନଗର, କୋଦଳା, ପୋଲସରା, ବିଧାନସଭା ନିର୍ବାଚନ ମଣ୍ଡଳୀ ର ଅନେକ ପୁରୁଖା ନେତା, କର୍ମୀ, ଶିକ୍ଷାବିତ, ବୁଦ୍ଧିଜୀବୀ, ମାନଙ୍କ ସହ ଆଲୋଚନା କରିଛନ୍ତି l କଂଗ୍ରେସ ଦଳ କିଭଳି ସୁଦୃଢ ହେବ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ବ୍ଳକ କଂଗ୍ରେସ, ନଗର କଂଗ୍ରେସ ମାନଙ୍କୁ ସଂଗଠିତ କରି ଦଳ କୁ ପୁରୁଣା ସ୍ଥିତିକୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି l