ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ଆଜି କିଷାନ କଂଗ୍ରେସ କମିଟି ପକ୍ଷରୁ ମାଲକାନଗିରି ଜିଲ୍ଲାର ସୋମନାଥପୁର,କୋରକୁଣ୍ଡ ଏବଂ ମାଲକାନଗିରି ଅଞ୍ଚଳର କିଛି ଧାନମଣ୍ଡି ପରିଦର୍ଶନ କେଆଯାଇଥିଲା। ସରକାର ଚାଷୀଙ୍କୁ ଯାହା କହିଛନ୍ତି ଯାହା ପ୍ରତିଶୃତି ଦେଇଛନ୍ତି ତାହା ସମ୍ପୂର୍ଣ ଭାବେ ପ୍ରତାରଣା ଦେଇଛନ୍ତି। ସରକାର ମାଲକାନଗିରି ବାସୀଙ୍କୁ ସ୍ୱପ୍ନ ଦେଖାଇଛନ୍ତି କିନ୍ତୁ କୌଣସି ସ୍ୱପ୍ନ ପୂରଣ କରୁନାହାନ୍ତି। ଚାଷୀମାନେ ମଣ୍ଡିରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ପ୍ରତି ମଣ୍ଡିରେ ୩ରୁ ୪କେଜି କଟଣୀ ଛଟଣି ହେଉଛି।
ଚାଷୀଙ୍କୁ ବସ୍ତା ଯୋଗାଇ ଦିଆଯାଉନାହିଁ। ସରକାର ଚାଷୀଙ୍କ ଅବସ୍ଥା ଜାଣିମଧ୍ୟ ଚୁପ ରହୁଛନ୍ତି।ସରକାର ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି। କିଷାନ କଂଗ୍ରେସ ଅନେକ ଗୁଡିଏ ଦାବି ରଖିଛନ୍ତି ।ଚାଷୀଙ୍କ ବଳକା ଧାନ କିଣାଯାଉ ,ଟୋକନ ସମସ୍ୟା ଦୁର କରାଯାଉ, ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର କରାଯାଉ ।ପ୍ରତ୍ୟକ ଚାଷୀଙ୍କୁ ୬୦୦ ଟଙ୍କା ବନସ ଦିଆଯାଉ। ସରକାର କୃଷକ ମାନଙ୍କୁ ଅଣଦେଖା ନ କରି ସେମାନଙ୍କ ସମସ୍ୟା ଦୁର କରିବାକୁ ଦାବି ରଖିଛନ୍ତି କିଷାନ କଂଗ୍ରେସ କମିଟି।