ଖଡ଼ିଆଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ଫୁଟବଲ ଖେଳର ବିକାଶ ସହ ପ୍ରଚାର ପ୍ରସାର ପାଇଁ ଖଡ଼ିଆଳ କ୍ରିକେଟ ଏଣ୍ଡ ସ୍ପୋର୍ଟ ଆସୋସିଏସନ ଆନୁକୂଲ୍ୟରେ ରେ ଗତ ବର୍ଷ ଠାରୁ ଆୟୋଜିତ ହେଉଛି ଫୁଟବଲ ମହାକୁମ୍ଭ ! ପ୍ରଥମ ସଂସ୍କରଣ ସଫଳତା ର ଆୟୋଜନ ହେଵା ପରେ ଗାଁଁ ଗାଁଁ ରେ ଫୁଟବଲ ଖେଳପ୍ରତି ପ୍ରବଳ ଆଗ୍ରହ ଥିବା ଦେଖିବାକୁ ମିଳିଥିବା ବେଳେ ଚଳିତ ବର୍ଷ ଅକ୍ଟୋମ୍ବର ୨୦ ତାରିଖ ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଆୟୋଜିତ ହେବାକୁ ଯାଉଛି ଫୁଟବଲ ମହାକୁମ୍ଭ ର ଦ୍ଵିତୀୟ ସଂସ୍କରଣ ।
ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆ ରେ ସୂଚନା ଦେଇଛନ୍ତି ଫୁଟବଲ ମହାକୁଂଭ ର ସଂଯୋଜକ ଙ୍କ ସହ ଖଡ଼ିଆଳ ବିଧାୟକ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ! ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖଡ଼ିଆଳ ଏନଏସି ର ଦୁଇ ଗୋଟି ଦଳ କୁ ସହ ଖଡ଼ିଆଳ, ବୋଡେ଼ନ ଏବଂ ସିନାପାଲି ବ୍ଳକ ର ସମୁଦାୟ ୬୮ ଗୋଟି ପଞ୍ଚାୟତ ଦଳ ଭାଗ ନେବେ । ସମସ୍ତ ମ୍ୟାଚ ଫ୍ଲଡ଼ ଲାଇଟ ରେ ଆୟୋଜନ ହେବ ! ଅକ୍ଟୋଵର ୨୦ ତାରିଖ ରେ ଅନୁଷ୍ଠାନିକ ଭାବେ ଉଦଘାଟନ ହେଵା ପରେ ପ୍ରଥମ ଦିନ ଦୁଇ ଗୋଟି ମ୍ୟାଚ ଏବଂ ତା ପରବର୍ତୀ ଦିନ ଗୁଡିକ ରେ ଚାରିଟି ଲେଖାଏ ଓ ଶନିବାର ରବିବାର ଦିନ ଛଅ ଗୋଟି ମ୍ୟାଚ ଖେଳାଯିବ ! ଟୁର୍ଣ୍ଣାମେଣ୍ଟ ର ଗ୍ରାଣ୍ଡ ଫାଇନାଲ ନଭେମ୍ବର ୭ ତାରିଖ ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମାପନ ହେବ । ଏଥି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ଥିବା କୁହାଯାଇଛି ! ଏଣୁ ମହାକୁମ୍ଭର ସଫଳ କରିବା ପାଇଁ ଆହ୍ୱାନ କରାଯାଇଥିଲା ! ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଆସୋସିଏସନ ର ଆବାହକ ଜିତେନ୍ଦ୍ର ନାଥ ପଟ୍ଟନାୟକ,ସମ୍ପାଦକ ସନ୍ତୁ ପଟ୍ଟନାୟକ, ଅର୍ଗାନାଇଜ ସେକ୍ରେଟାରୀ ଛବି ସାଗର, ଗୋବର୍ଦ୍ଧନ ସୁନା, ସୁଶାନ୍ତ ତାଣ୍ଡି, ଅକ୍ଷୟ ନନ୍ଦ, ରୁପେଶ ତାଣ୍ଡି, ବିନୋଦ ଦୁରିଆ ଙ୍କ ସମେତ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।