ଖଡ଼ିଆଳ ମହୋତ୍ସବକୁ ନେଇ ସାମ୍ବାଦିକ ସମ୍ମିଳନୀ

0

ଖଡ଼ିଆଳ ( ବିପ୍ଲବୀ ପରିକ୍ରମା ):- କଳା, ସାହିତ୍ୟ, ସଂସ୍କୃତି ,ଐତିହ୍ୟ, ସମ୍ପନ କୁହାଯାଉଥିବା ଖଡ଼ିଆଳ ସହରରେ ଖଡ଼ିଆଳ ମହୋତ୍ସବ ୨୦୨୪ ଆସନ୍ତା 29 ତାରିଖ ରୁ ଫେବୃଆରୀ ଦୁଇ ତାରିଖ ଯାଏ ହେବାର ସ୍ଥିରୀକୃତ ହୋଇଛି । ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ ଓ ଲୁକାୟିତ ଖେଳକୁଦ ର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ମହାସମାରୋହରେ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଚଳିତ ବର୍ଷ ମହୀଶୂର ପେଲେସର ମଞ୍ଚ ଶୋଭାପାଇବ ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବଛାବଛା ସାଂସ୍କୃତିକ ଦଳ ମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ ଓଡିଶା ର ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ ଓ ଷ୍ଟାର ନାଇଟରେ ବଲିଉଡ ଗାୟକ ଗାୟିକା ସୁରେଶ ବାଡେକର ଏବଂ କବିତା କୃଷ୍ନାମୁର୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସର ମହୋତ୍ସବ କମିଟି ପକ୍ଷରୁ ୧୭୦ ଗୋଟି ଷ୍ଟଲ ର ବ୍ୟବସ୍ଥା କରାଯାଇଥିବା ବେଳେ ମିନବାଜାରର ବ୍ୟବସ୍ଥା ହୋଇସାରିଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ବିଭାଗ ତରଫରୁ ପ୍ରସ୍ତୁତି ମଧ୍ୟ ସରିଛି I ଏଥର ମଧ୍ୟ ଖଡ଼ିଆଳ ମହୋତ୍ସବ ଜମିବ ତାକୁ ଶାନ୍ତି ଶୃଙ୍ଖଳାର ସହ ଉପଭୋଗ କରିବାକୁ ସମସ୍ତ ଙ୍କୁ ନିବେଦନ କରିଛନ୍ତି ଖଡ଼ିଆଳ ମହୋତ୍ସବ କମିଟିର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହୋତ୍ସବ କମିଟି ସଦସ୍ୟଙ୍କ ସହ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ।

 

LEAVE A REPLY

Please enter your comment!
Please enter your name here