ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଆଜି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଆନ୍ଧ୍ର-ଓଡିଶା ସୀମାନ୍ତ ଟିକିଟି ବ୍ଳକ ଇଲାକାରେ ଅପମିଶ୍ରିତ ବେଆଇନ ମଦ କାରବାର ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲି ଆସିବା ନଜର ରହିଛି। ଦେଶୀ ମଦ କୁ କେଉଁଠି ରାସାୟନିକ ରଙ୍ଗ ଦେଇ ଅବାଧରେ ବିଦେଶୀ ମଦ ଆକାର ରେ ବିକ୍ରି ହେଉଛି ତ ଆଉ କେଉଁଠି ବେଆଇନ ଭାବେ ମହୁଲ ବଦଳ ରେ ଗୁଡ଼, ପିଡିଆ, ବ୍ୟାଟେରୀ ଗୁଣ୍ଡ ଆଦି ମିଶାଇ ମଦ କୁ ଅଧିକ ନିଶାଯୁକ୍ତ କରାଇ ଚୋରା ରେ ବିକ୍ରି କରାଯାଉଛି । ଅବକାରୀ, ପୋଲିସ ବିଭାଗ ପକ୍ଷରୁ ନକଲି ମଦ ଜବତ କରିବା ସହ ଅନେକ ଜଣଙ୍କୁ ଗିରଫ କରି ଜେଲ କୁ ପଠାଯାଇଛି । ଅଦୃଶ୍ୟ ଶକ୍ତି ର ଆଶ୍ରିବାଦ ହେତୁ ମଦ ମାଫିଆ ଅବକାରୀ-ପୁଲିସ ବିଭାଗ ମାଲାମାଲ ହୋଇଛନ୍ତି । କିନ୍ତୁ ଅନେକ ଜୀବନ ଅକାଳ ରେ ଝଡ଼ିଯିବା ସହ ଅନେକ ପରିବାର ବୁର୍ଦଶା ରେ କାଳାତିପାତ କରୁଛନ୍ତି।
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ପଞ୍ଚଭୂତି ଗ୍ରାମର ବସନ୍ତ ଗୌଡ଼ ଙ୍କ ଦେଶୀ ମଦ ପିଇ ମୃତ୍ୟୁ ବରଣ କରିବା ପରେ ଚିକିଟି ଏଚ ଏ ସି ର ଜେନାପୁର ଗ୍ରାମ ରେ ଦୂର ବେହେରା ଏବଂ ଲୋକନାଥ ବେହେରା ବିଷାକ୍ତ ମଦ୍ୟ ପାନ କରି ମୃତ୍ୟୁ ଘଟିଛି । ବ୍ରହ୍ମପୁର ବଡ଼ ମେଡିକାଲ ରେ ଜଣେ ଭେଣ୍ଟିଲେଟରରେ ରହିଥିବା ବେଳେ ତିନିଜଣ ଆଇ ସି ୟୁ ରେ ରହିଛନ୍ତି। ଅନ୍ୟ 13 ଜଣ ଗୁରୁତର ଭାବେ ଜୀବନ ସହ ଲଢୁଛନ୍ତି ।
ପୂର୍ବରୁ 2005 ସେପ୍ଟେମ୍ବର ରେ କେ ନୂଆଗାଁ ଥାନା ପଡିଗୋବିନ୍ଦ ପୁର ଗ୍ରାମ ରେ ବିଷାକ୍ତ ମଦ୍ୟ ପାନ କରି ଗ୍ରାମର ଟି. ଦାମୋଦର, ଏଜ. ମଙ୍ଗଳା ଓ ଟି. ନୋହିଁଲି ଙ୍କ ମୂତ୍ୟୁ ଘଟିଥିଲା । ଏଥି ସହ ଗ୍ରାମର ଆଉ ଜଣେ ବ୍ୟକ୍ତି ବିଷାକ୍ତ ମଦ ପିଇ ଗୁରୁତର ହୋଇଥିଲେ। ତେବେ ଏହି ମଦ ମୃତ୍ୟୁ କୁ ଘୋଡ଼ାଇବା ପାଇଁ ସେତେବେଳେ ପ୍ରଶାସନ ଯଥାସାଧ୍ଯ ଚେଷ୍ଟା କରିଥିଲେ। ସେହିପରି 2019 ମସିହାରେ ବେ, ନୂଆଗାଁ ପଂଚାୟତ ଆମଝୋଳା ନିର୍ମାଣ ବେଳେ ଜଣେ ଶ୍ରମିକ ବିଷାକ୍ତ ମଦ୍ୟ ପାନ କରି ମୃତ୍ୟୁ କରିଥିବା ବେଳେ ଆଉ ଜଣେ ଶ୍ରମିକ ଗୁରୁତର ହୋଇଥିଲେ । ସେହିପରି 2023 ସେପ୍ଟେମ୍ବର ରେ ବେ, ନୂଆଗାଁ ଆନା ମାରନ୍ଦ ପୁର ନିକଟରେ ଟିକିଟି ପେଣ୍ଠ ରେ ମୁରଲୀ ସାହୁଙ୍କ ଗଳିତ ଶବ କୁ ପୁଲିସ ଉଦ୍ଧାର କରିଥିଲା । ଜାହା ବିଷାକ୍ତ ମଦ୍ୟ ପାନ ଜଡିତ ମୂତ୍ୟୁ ବୋଲି କୁହାଯାଇଥିଲା । ପରେ 2024 ଫେବୃଆରୀ ରେ କଳବାଡ଼ ସରକାରୀ ଟ୍ରେଡ଼ ମାର୍କ ବ୍ୟବହାର କରି ଚୋରା ମଦ ବେପାର ବେଳେ ଜଣେ ଗିରଫ ସାଙ୍ଗ କୁ 120 ଲିଟର ମଦ ଜବତ ଘଟଣା କୁ ଅନ୍ଧାରରେ ବାଡ଼ି ବୁଲାଗଲା।
ଏହି ପ୍ରତିବାଦ ରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦାବି କରାଯାଇଛି l ପ୍ରମୁଖ ଦାବିଗୁଡିକ ହେଲା ମଦ ମୃତ୍ଯୁ ପରିବାର ଙ୍କୁ ରାଜ୍ୟ ସରକାର ନଗଦ 20 ଲକ୍ଷ ଟଙ୍କା ଅନୁକମ୍ପା ରାଶି ସହାୟତା କରନ୍ତୁ,ଚିକିଟ ବିଷାକ୍ତ ମଦ ପାନ ଜନିତ ବିକଳାଙ୍ଗଙ୍କୁ 5 ଲକ୍ଷ ଟଙ୍କା ଅନୁକମପା ରାଶି ପ୍ରଦାନ,ବେଆଇନ ମଦ ବେପାର ରେ ଅଦୃଶ୍ୟ ଶବ୍ଦ,ମଦ ମାଫିଆ ଏବଂ କିଙ୍ଗପିଡ ଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ,ନିଲମ୍ବିତ ଅବକାରୀ ସୁପାରିଟେଣ୍ଡେଣ୍ଟ ଙ୍କ ଆୟ ବହିର୍ଭୁତ ସମ୍ପତି କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ,ଅବକାରୀ ଇନ୍ପେକ୍ଟର ଏବଂ ଏସ ଆଇ ଙ୍କୁ ବଦଳି ପରିବର୍ତ୍ତେ ସେମାନଂକୁ ନିଲମ୍ବନ କରି ତାଙ୍କ ଆୟ ବହିର୍ଭୁତ ସମ୍ପତି ଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ,ଦୀର୍ଘ ବର୍ଷ ଧରି ସୁରଜ, ସୁନାପୁର ସୁମାଣ୍ଡ, ଗିରିସୋଲା ଏବଂ ଗୋବିନ୍ଦ ନଗର ପଂଚାୟତ ରେ ବିକ୍ରି କରୁଥିବା ବିନା ଲାଇସେକ୍ସ ବେଶୀ ନକଲି ମଦ ଏବଂ ବେପାରୀ ଙ୍କ ପ୍ରତି କଢା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,ଟିକିଟି ପାତ୍ରପୁର ବ୍ଲକ ରେ ଅବାଧ ରେ ବିକ୍ରି ହେଉଥିବା ନକଲି ବିଦେଶୀ ମଦଙ୍କୁ ବନ୍ଦ କରିବା ନକଲି ବିଦେଶୀ ମଦ ପ୍ରସ୍ତୁତକାରି ଙ୍କୁ ଚିହ୍ନଟ କରି ଗିରଫ କରାଯାଉ।
ଏହି ସମସ୍ତ ଦାବି ପ୍ରତି ରାଜ୍ୟ ସରକାର ଦୃଷ୍ଟି ନଦେଲେ ଆସନ୍ତା ନଭେମ୍ବର ମାସ ରେ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ ବଳ ତରଫରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଧାରଣା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ନିରୂଧେନ୍ଦ୍ର ପାଢ଼ୀ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, ବରିଷ୍ଠ ନେତା ସମରଜିତ ମହାନ୍ତି, ଜିଲ୍ଲା କୋଷାଧକ୍ଷ ବହ୍ମେଶ୍ବର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ।