ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜନତା ମୈଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ଧାର୍ଯ୍ୟ ସମୟ ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ରହିଛନ୍ତି । ଏହାସହ ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟମାନେ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି । ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ସମସ୍ତ ପ୍ରବାସୀ ଅତିଥୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।
ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ” ଓଡ଼ିଶାର ମହାନ ମାଟି ହେଉଛି ଭାରତର ସମୃଦ୍ଧିର ପ୍ରତୀକ । ଓଡ଼ିଶାରେ ପ୍ରତିଟି ପାଦରେ ଐତିହାସିକ କୀର୍ତ୍ତିମାନ ରହିଛି । ଖଣ୍ଡଗିରି ଉଦୟଗିରି ଗୁମ୍ଫା ହେଉ ଅବା କୋଣାର୍କ ସୂର୍ଯ୍ୟ ମନ୍ଦିର ବା ତାମ୍ର ଲିପି ଦେଖିଲେ ଯେ କେହେବି ଗର୍ବ କରିବ । ପୂର୍ବରୁ ଓଡ଼ିଆମାନେ ଦୂରଦେଶକୁ ବାଣିଜ୍ୟ ପାଇଁ ଯାଉଥିଲେ । ଓଡ଼ିଶାରେ ବାଣିଜ୍ୟ କାରବାର ବାର୍ଲି, ସୁମାତ୍ରା, ଜାଭା ଯାଏଁ ହେଉଥିଲା । ଯାହାର ସମ୍ପୃତିରେ ବାଲିଯାତ୍ରା ଆୟୋଜନ ହେଉଛି । ଓଡିଶାରେ ରହିଛି ଧଉଳୀ ଶାନ୍ତିସ୍ତୁପ । ଯାହା ଶାନ୍ତିର ବଡ଼ ପ୍ରତୀକ । ଦୁନିଆରେ ଯେତେବେଳେ ତଲୱାରର ବଳରେ ସାମ୍ରାଜ୍ୟ ବୃଦ୍ଧି କରାଯାଉଥିଲା, ସେହି ସମୟରେ ସମ୍ରାଟ ଅଶୋକ ଶାନ୍ତିର ରାସ୍ତା ବାଛିଥିଲେ । ଏହିସବୁ ପ୍ରେରଣା ଦ୍ବାରା ଆଜି ଭାରତ ଦୁନିଆକୁ କହିପାରୁଛି ଯେ, ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି । ଓଡ଼ିଶା ମାଟିରେ ଆପଣଙ୍କୁ ସ୍ବାଗତ କରିବା ମୋ ପାଇଁ ଗର୍ବର ବିଷୟ । “ଭଗବାନ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ପବିତ୍ର ମାଟିରେ ସମସ୍ତ ପ୍ରବାସୀଙ୍କୁ ସ୍ବାଗତ କଲେ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, “1915 ମସିହାରେ ମହାତ୍ମା ଗାନ୍ଧୀ ଭାରତକୁ ଫେରିଥିଲେ । ପ୍ରବାସୀ ଭାରତୀୟ ଦିବସର ଏହି ସଂସ୍କରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଓଡ଼ିଶାର ମହାନ ଭୂମି ଭାରତର ସମୃଦ୍ଧ ପ୍ରତିବିମ୍ବ । ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଐତିହ୍ୟ ସ୍ଥଳୀ ରହିଛି । ଭାରତୀୟ ପ୍ରବାସୀ ହେଉଛନ୍ତି, ଭାରତର ରାଷ୍ଟ୍ରଦୂତ । ପ୍ରବାସୀମାନଙ୍କ ପାଖରୁ ମିଳୁଥିବା ଭଲ ପାଇବା କେବେବି ଭୁଲି ହେବ ନାହିଁ । ସମସ୍ତ ପ୍ରବାସୀମାନଙ୍କୁ ଧନ୍ୟବାଦ ଦେଲେ ମୋଦି । କାରଣ ଆପଣମାନଙ୍କ ପାଇଁ ସମଗ୍ର ବିଶ୍ୱରେ ଗର୍ବରେ ମୁଣ୍ଡ ଉପରକୁ ରଖି ଚାଲିବାର ସୁଯୋଗ ମିଳେ । ଦୁନିଆର ପ୍ରତ୍ୟେକ ନେତା ଭାରତୀୟ ପ୍ରବାସୀମାନଙ୍କର ପ୍ରଶଂସା କରନ୍ତି ।”
ସେ ଆହୁରି କହିଛନ୍ତି, “ଗଣତନ୍ତ୍ର ଆମ ଜୀବନର ଅଂଶ । ବିବିଧତା ଆମକୁ ଶିଖାଇବାକୁ ପଦେ ନାହିଁ । ଆମ ଜୀବନ ବିବିଧତାରେ ହିଁ ଚାଲେ । ଆମେ ଯେଉଁ ଦେଶକୁ ଯାଆନ୍ତି, ସେହି ଦେଶର ବିକାଶ ପାଇଁ ସହଯୋଗ କରିଥାଆନ୍ତି । ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଗତିରେ ଆଗକୁ ବଢୁଛି, ତାହା ଅପୂର୍ବ ବୋଲି କହିଲେ ମୋଦି । ଭାରତରେ 25 କୋଟି ଲୋକ ଗରିବ ସୀମା ରେଖା ତାକୁ ବାହାରକୁ ଆସୁଛନ୍ତି । 10 ବର୍ଷରେ ପଞ୍ଚମ ଶ୍ରେଷ୍ଠ ଅର୍ଥନୀତି ହୋଇଛି ଭାରତ । ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବା ପାଇଁ ଭାରତକୁ ବେଶୀ ଦିନ ଲାଗିବ ନାହିଁ । ଡିଜିଟାଲ ଟେକ୍ନୋଲୋଜି ପାଇଁ ଭାରତ ଆଜି ସମଗ୍ର ବିଶ୍ବରେ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛି । ମେଟ୍ରୋ, ବୁଲେଟ ଟ୍ରେନ ପ୍ରକଳ୍ପ ଭଳି ଯୋଜନା ଦ୍ଵାରା ଭାରତ ପ୍ରଗତିର ଗତି ରେକର୍ଡ ଭାଙ୍ଗୁଛି । ମେଡ ଇନ୍ ଇଣ୍ଡିଆ ପ୍ଲେନ୍ ତିଆରି କରୁଛି ଭାରତ । ଭାରତର ବୈଶିକ ଭୂମିକା ବଢୁଛି । ଭାରତର ମତ ସାରା ଦୁନିଆ ଶୁଣିଛି । ଭାରତର ଦକ୍ଷତା ଆଜି ସାରା ବିଶ୍ବ ଦେଖୁଛି ।”ବିକଶିତ ଭାରତର ନିର୍ମାଣରେ ଆପଣ ମାନଙ୍କ ବଡ଼ ଅବଦାନ ଚଳୁଛି ଦେଶ” ବୋଲି କହିବା ସହ ମାଆ ପାଇଁ ଗଛଟିଏ ଅଭିଯାନ କରିବା ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ବାନ କଲେ ମୋଦି । ତେବେ ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ପ୍ରଥମ କାର୍ଯ୍ୟଦିବସ ସମାରୋହରେ ସାମିଲ୍ ହୋଇଥିଲେ ।