୪୫ ଘଂଟିଆ ଧ୍ୟାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିର୍ବାଚନ ପ୍ରଚାର ସରିବା ପରେ ଧ୍ୟାନ ମୁଦ୍ରାକୁ ଚାଲି ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯେଉଁ ସ୍ଥାନରେ ଦିନେ ସ୍ୱାମୀ ବିବେକାନନ୍ଦ ବସି ଲଗାତାର ୩ ଦିନ ଧରି ଧ୍ୟାନ କରିଥିଲେ, ସେହି ସ୍ଥାନରେ ବସି ଧ୍ୟାନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।ପ୍ରାୟ ୪୫ ଘଂଟା ଧରି ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନରେ ବସିବେ । ଗୁରୁବାର ମଧ୍ୟ ରାତ୍ରିରୁ ଧ୍ୟାନରେ ବସିଥିବାବେଳେ ଶନିବାର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିବେ । ଧ୍ୟାନରେ ବସିବା ସମୟରେ ମୋଦୀ କେବଳ ତରଳ ଖାଦ୍ୟ ଖାଇବେ । ପୂର୍ବରୁ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଚାର ଶେଷ ହେବାର ଘଂଟାକ ପୂର୍ବରୁ ଥିରୁଅନନ୍ତପୁରମ୍ରେ ପହଁଚିଥିଲେ ମୋଦୀ । ପ୍ରଥମେ ଭଗବତୀ ଅମ୍ମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମନ୍ଦିରରୁ ସିଧା କନ୍ୟାକୁମାରୀ ଠାରେ ଥିବା ବିବେକାନନ୍ଦ ମେମୋରିଆଲରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ସମୁଦ୍ର ଉପକୂଳରୁ ୫୦୦ ମିଟର ଦୂରରେ ଥିବା ମେମୋରିଆଲରେ ମୋଦୀ ପହଁଚି ଧ୍ୟାନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସ୍ୱାମୀ ବିବେକାନନ୍ଦ ଓ ସ୍ୱାମୀ ରାମକୃଷ୍ଣ ପରମହଂସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ମୋଦୀ ଧ୍ୟାନରେ ବସିଥିବାବେଳେ ତାଙ୍କୁ ୨ହଜାରରୁଅଧିକ ସୁରକ୍ଷା କର୍ମୀ ଜଗି ରହିଛନ୍ତି ।

ସେହିପରି ବିଭିନ୍ନ ସୁରକ୍ଷା ଏଜେନ୍ସି ମଧ୍ୟ କଡା ନଜର ରଖିଛନ୍ତି । ଆଉ ଧ୍ୟାନରୁ ଉଠି ସିଧା ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ।ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନ କରିବାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ କଂଗ୍ରେସ ଭୋଟ୍ ହାତେଇବାକୁ ଏହା ଏକ ଚକ୍ରାନ୍ତ ବୋଲି କହିଛି ଦଳ । ଏହାକୁ ନେଇ ତାମିଲନାଡୁ କଂଗ୍ରେସ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଡ୍ରାମା କରୁଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଶେଷ ପର୍ଯ୍ୟାୟ ମତଦାନ । ଆଉ ୪ରେ ଆସିବ ଫଳାଫଳ । ଏହା ପୂର୍ବରୁ ପ୍ରଚାର ସାରି ମନର ଶାନ୍ତି ଓ ବିଶ୍ୱ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ଧ୍ୟାନ ମୁଦ୍ରା କୁ ଯାଇଥିବା କହିଛି ବିଜେପି ।

LEAVE A REPLY

Please enter your comment!
Please enter your name here