ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ନିଜ ଅଭିଭାଷଣ ଆରମ୍ଭ କଲେ ମୋଦି । କହିଲେ କାଲି ମୁଁ ଅଯୋଧ୍ୟାରେ ଥିଲି, ରାମ ଲାଲାଙ୍କୁ ଦର୍ଶନ କଲି । ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି ।
ଅଭିଭାଷଣରେ ପ୍ରଧାନମନ୍ତ୍ରୀ ବହୁତ କିଛି ଆହ୍ୱାନ ଏବଂ ପ୍ରତିଶୃତି ଦେବା ସହ ଅନେକ କିଛି ଗ୍ୟାରେଣ୍ଟି ର କଥା କହିଛନ୍ତି l ” ପ୍ରଭୁ ରାମଲାଲାଙ୍କ ମନ୍ଦିର ମୋଦି ନୁହେଁ, ଆପଣଙ୍କ ଭୋଟ ନିର୍ମାଣ କରିଛି । ଆପଣଙ୍କ ଭୋଟ ବଳରେ ରାମଲାଲାଙ୍କ ମନ୍ଦିର ନିର୍ମାଣ ହୋଇଛି । ରାମଲାଲାଙ୍କ ମନ୍ଦିର ୫ଶହ ବର୍ଷର ଅପେକ୍ଷାର ଅନ୍ତ । ଓଡ଼ିଶାରେ ଏଥର ୨ ଯଜ୍ଞ, ଏକା ସାଥିରେ ହେଉଛି । ଗୋଟିଏ ଯଜ୍ଞ କେନ୍ଦ୍ରରେ ତୃତୀୟବାର ସରକାର ପାଇଁ ହେଉଛି । ସବୁଠାରୁ ବଡ଼ କଥା କହିଥିଲେ ଯେ ” ଆସନ୍ତା ଜୁନ ୪ ହେଉଛି ବିଜେଡି ର ଏକ୍ସପାରି ଡେଟ, ଏବଂ ଜୁନ ୧୦ ରେ ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ପ୍ରାର୍ଥୀ ଶପଥ ପାଠ କରିବେ l ତା’ ଛଡା ଅନେକ ଲୁକ୍କାୟିତ ତଥ୍ୟ ର ଭି ଖୁଲାସା କରିଛନ୍ତି ମୋଦୀ, ଓଡିଶାରେ ସମସ୍ତ ପ୍ରକାର ଧନ ସମ୍ପତି ଭରପୁର କିନ୍ତୁ ଓଡିଶାର ଲୋକ ଗରିବ, ଏଥିପାଇଁ ଦାୟୀ ଶାସକ କିଏ ? ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ପୋଷଣ ପାଇଁ ୬୦୦୦ ଟଙ୍କା କେନ୍ଦ୍ର ଦେଉଛି, କିନ୍ତୁ ସେଥିରେ ତାଲା ପକାଇ ଲୋକଲୋଚନଠୁ ଦୂରେଇଛି କିଏ ? ୧୦ ବର୍ଷ ଭିତରେ ୩୦୦ ହଜାର କୋଟିରୁ ଅଧିକ ଟଙ୍କା ଓଡିଶାକୁ କେନ୍ଦ୍ର ଦେଇଛି କିନ୍ତୁ ଓଡ଼ିଶାର ବିକାଶ କେଉଁଠି ହୋଉଛି ? ପୁରା ଦେଶ ଭିତରେ ସବୁଠୁ ଆଗରେ ଦାଦନ ଖଟିବାରେ ଓଡିଶା ନମ୍ବର ୱାନ, ଏଥିପାଇଁ ଦାୟୀ କିଏ ? ଛୋଟ ଛୋଟ ମନ୍ତ୍ରୀ ବଡ଼ ବଡ଼ ବଙ୍ଗଳା ବୋଲି କହି ଶାସକ ଦଳଙ୍କୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ l
ବିଜେପି ଆଶାର ନୂଆ କିରଣ ସାଜି ଉଭା ହୋଇଛି । ଓଡ଼ିଶା ପାଖରେ ପ୍ରଚୁର ଜଳ, ଖଣିଜ ସମ୍ପଦ, ଲମ୍ବା ସମୁଦ୍ର ତଟ ରହିଛି, ବ୍ରହ୍ମପୁର ଭଳି ଟ୍ରେଡ ସେଣ୍ଟର ରହିଛି । ଭଗବାନ ଓଡ଼ିଶାକୁ ବହୁତ କିଛି ଦେଇଛନ୍ତି । କିନ୍ତୁ ଏତେ ସମ୍ପଦ ଥିବା ଓଡ଼ିଶାର ଜନତା କାହିଁକି ଗରିବ ବୋଲି ପ୍ରଶ୍ନ କରିବା ସହିତ ଓଡ଼ିଶା ଧନୀ, କିନ୍ତୁ ଜନତା ଗରିବ ବୋଲି କହିଛନ୍ତି ମୋଦୀ ।
ଅନ୍ୟପଟେ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ସରକାର ୧୦ ବର୍ଷରେ ସାଢେ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଓଡ଼ିଶାକୁ ଦେଇଛି । ଖାଲି ଟଙ୍କା ପଠାଇଲେ କାମ ହେବନି, ଅର୍ଥ ଖର୍ଚ୍ଚ କରିବାକୁ ଭଲ ସରକାର ଦରକାର । ଦିଲ୍ଲୀରୁ ଟଙ୍କା ଆସୁଛି, ଯୋଜନା ପ୍ରସ୍ତୁତ ହେଉଛି କିନ୍ତୁ ବିଜେଡି ସରକାର ଏଠାରେ ଏହାକୁ ଲାଗୁ କରୁନି ନଚେତ କେନ୍ଦ୍ର ଯୋଜନାରେ ଷ୍ଟିକର ମାରି ନିଜର ବୋଲି କହୁଛି । ମାଗଣା ଚାଉଳ ପାଇଁ ମୋଦୀ ସରକାର ଟଙ୍କା ପଠାଉଛି, କିନ୍ତୁ ଏଠାରେ ବିଜେଡି ସରକାର ଷ୍ଟିକର ମାରି ନିଜେ ଚାଉଳ ଦେଉଛି ବୋଲି ପ୍ରଚାର କରୁଛି । ନିଜେ କିଛି କରୁନାହାନ୍ତି, ଯଦି କିଛି କରିଥାନ୍ତେ ତେବେ କେନ୍ଦ୍ର ଯୋଜନାରେ କଣ ଷ୍ଟିକର ମାରିବାକୁ ପଡିଥାନ୍ତା କି ବୋଲି ମୋଦୀ କହିଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ମଧ୍ୟରେ ମଧ୍ୟ ଅନେକ ପ୍ରତିଶୃତି ଦେଇଛନ୍ତି, ଯେପରିକି ସମଗ୍ର ଦେଶରେ ଓଡିଶା ତୃତୀୟ ସ୍ଥାନରେ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇବ ଏବଂ ଓଡିଶା ଲୋକେ ଏହାର ଉପକାର ପାଇବାରେ ବା ନିଯୁକ୍ତି ପାଇବାରେ ସକ୍ଷମ ହେବେ,ବିଜେପି ଆସିଲେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧ଶହ କରିବ । ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୨ବର୍ଷରେ ୫୦ହଜାର ଟଙ୍କାର ନଗଦ ସହାୟତା ଦିଆଯିବ, ବାର୍ଦ୍ଧକ୍ୟ ଭତ୍ତା ଦେବ ୩ହଜାର ଟଙ୍କା, ଦିବ୍ୟାଙ୍ଗ ଭତ୍ତା ୩୫୦୦ ସବୁ ଯୋଜନା ଓ ରାଜସ୍ୱ ସିଧା ରାଜ୍ୟବାସୀଙ୍କ ପାଖରେ ପହଞ୍ଚିବ ।
ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ଜମା ଟଙ୍କା ୧୮ମାସ ମଧ୍ୟରେ ଫେରସ୍ତ କରାଯିବ ।୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି, ଗୋପାଳପୁର, ସୋନପୁର ଆଦି ଅଞ୍ଚଳରେ ମତ୍ସ୍ୟ ଶୀତଳଭଣ୍ଡାର ନିର୍ମାଣ କରାଯିବ ଏପରି ଅନେକ ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ lଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି । ଏବଂ ମୋ ଓଡିଶା ମୋ ଭାରତର ବିକାଶ ନିଶ୍ଚୟ ହେବ ଆଉ ଭାଜପା କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି l
ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇଛି । ବିଜେପି ଯାହା କହେ, ତାହା କରି ଦେଖାଏ ମୋଦି । ଏଠାରେ ସରକାର ହେଲାପରେ ସମସ୍ତ ଘୋଷଣା କାର୍ଯ୍ୟକାରୀ ହେବ । ସମସ୍ତ ଘୋଷଣା କାର୍ଯ୍ୟକାରୀ କରିବା ମୋଦିର ଗ୍ୟାରେଣ୍ଟି । ସେ ବିଶେଷ କରି ନାରୀ ମାନଙ୍କ ସନମାନ ଉପରେ ଅଧିକ ଗୁରୁତ୍ୱ ଦେବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଉଦାହରଣ ଦେଇ ଓଡିଶା ପ୍ରତି ଭଲପାଇବା ଦର୍ଶାଇଥଲେ ଏବଂ ନିଜକୁ ସ୍ୱୟଂ ଜଗନ୍ନାଥ ଙ୍କ ପୁତ୍ର ବୋଲି ମଧ୍ୟ କହିଥିଲେ l
ଶେଷରେ ବ୍ରହ୍ମପୁର ବାସୀଙ୍କୁ ଗୋଟେ ଅନୁରୋଧ କରି କହିଥିଲେ ତାଙ୍କ ଗୋଟେ ବ୍ୟକ୍ତିଗତ କାମ କରିବା ପାଇଁ ଆଉ ତାହା ହେଉଛି, ଯେତେଜଣ ଶୁଣୁଛନ୍ତି ଅବା ଦେଖୁଛନ୍ତି ସେମାନେ ପ୍ରତ୍ୟେକ ଘରକୁ ଯାଇ ଗୋଟିଏ କଥା କହିବେ ଯେ “ମୋଦୀ ଆପଣଙ୍କୁ ଜୟ ଜଗନ୍ନାଥ କହିବେ ” ଏଠିଦ୍ୱାରା ସମସ୍ତଙ୍କ ଆଶୀର୍ବାଦ ମୁଁ ପାଇପାରିବି l ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ତୁମ ମୁଖ୍ୟମନ୍ତ୍ରୀ ଭଳି ନୁହଁ, ମୁଁ ଆପଣ ସମସ୍ତଙ୍କୁ ଓଡ଼ିଆରେ ଚିଠି ଲେଖିବି ବୋଲି କହିଥିଲେ l ଶେଷରେ ସମସ୍ତଙ୍କୁ ଜୟ ଜଗନ୍ନାଥ କହି ନିଜ ଅଭିଭାଷଣ ସମାପ୍ତ କରିଥିଲେ l