ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଘୋଷଣା : ଜମ୍ମୁ କାଶ୍ମୀରରେ ହେବ ବିଧାନସଭା ନିର୍ବାଚନ

0
Oplus_131072

ଜାମ୍ମୁ  କାଶ୍ମୀର ( ବିପ୍ଲବୀ ପରିକ୍ରମା ):- ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମଇଦାନକୁ ଓହ୍ଲାଇଛନ୍ତି ନେତା । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ପାଇଁ ଉଧମପୁରରେ ପହଞ୍ଚିଛନ୍ତି ।ଏହି ସମୟରେ ଏକ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଜମ୍ମୁ-କାଶ୍ମୀରକୁ ଖୁବ ଶୀଘ୍ର ମାନ୍ୟତା ମିଳିବ ଏବଂ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି ମୋଦି ।ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ସମୟରେ କହିଛନ୍ତି, “କଂଗ୍ରେସର ଦୁର୍ବଳ ସରକାର ଶାହପୁର କାଣ୍ଡି ଡ୍ୟାମକୁ 10 ବର୍ଷ ପର୍ଯ୍ୟନ୍ତ ବିଚାରଧୀନ ଅବସ୍ଥାରେ ରଖିଥିଲେ । ଏହି କାରଣରୁ ଜମ୍ମୁର ଅନେକ ଗ୍ରାମରେ ଜଳାଶୟ ଶୁଖିଯାଇଥିଲା ।

କଂଗ୍ରେସ ସରକାର ସମୟରେ ରାବି ନଦୀରୁ ଯେଉଁ ଜଳ ଆସୁଥିଲା ତାହା ପାକିସ୍ତାନ ଯାଉଥିଲା । ତେବେ ଲୋକେ ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ ଭ୍ରମର ମାୟାଜାଲ ଆଉ ଚାଲୁ ନାହିଁ । ଗତ ଦଶ ବର୍ଷ ମଧ୍ୟରେ ଆମେ ଆତଙ୍କବାଦୀ ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କ ଉପରେ ନଜର ରଖିଛୁ ।

ଆସନ୍ତା 5 ବର୍ଷ ମଧ୍ୟ ଆମକୁ ଏହି ରାଜ୍ୟ ବିକାଶ ଉପରେ କାର୍ଯ୍ୟ କରିବାକୁ ପଡିବ । ଗତ 10 ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀର ସମ୍ପୁର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଛି ।”ଜନସଭାକୁ ସମ୍ବୋଧନ କରି ମୋଦି ଆହୁରି ମଧ୍ୟ କହିଛନ୍ତି, ମୋଦି ସରକାର ସବୁବେଳେ ଆଗୁଆ ଚିନ୍ତା କରନ୍ତି । ତେଣୁ ବର୍ତ୍ତମାନ ସୁଦ୍ଧା ଯାହା ହୋଇଛି ତାହା ଟ୍ରେଲର ମାତ୍ର । ଜମ୍ମୁ କାଶ୍ମୀରରେ ନୂଆ ଚିତ୍ର ସୃଷ୍ଟି କରିବାରେ ଆମକୁ ଭାବିବାକୁ ହେବ । ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିବ । ଆପଣମାନେ ବିଧାୟକ ଏବଂ ମନ୍ତ୍ରୀଙ୍କ ସହିତ ସ୍ବପ୍ନ ବାଣ୍ଟିବାରେ ସମର୍ଥ ହେବେ ।

LEAVE A REPLY

Please enter your comment!
Please enter your name here