ଭାରତୀୟ ଜାତୀୟ କଂଗ୍ରେସର ବ୍ୟାଙ୍କ୍ ଆକାଉଣ୍ଟକୁ ଅଚଳ କରିବା ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ 

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):– ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । କେନ୍ଦ୍ର ର ମୋଦୀ ସରକାର କଂଗ୍ରେସ ଦଳର ନିଜସ୍ଵ ବ୍ୟାଙ୍କ୍ ଆକାଉଣ୍ଟ କୁ ଯେଉଁ ଭଳି ଭାବରେ ଅଚଳ କରିଛି ଦେଶର ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ କାର୍ଯ୍ୟ ଅଟେ ।

୧୯୯୪-୯୫ ମସିହାରେ କଂଗ୍ରେସ ଦଳ ତରଫରୁ ଆୟକର ବିଭାଗରେ ଆୟକର ସଂକ୍ରାନ୍ତୀୟ କାଗଜ ଦାଖଲ କରିବାରେ ଏକ ମାସ ବିଳମ୍ବ କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଧେଶ ରେ କଂଗ୍ରେସ ଦଳର ଏଗାର ଗୋଟି ବ୍ୟାଙ୍କ୍ ଆକାଉଣ୍ଟ କୁ ଜବତ୍ କରାଯାଇଛି । ଆଉ ମାତ୍ର ଦୁଇମାସରେ ଦେଶର ନିର୍ବାଚନ, ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳକୁ ଆର୍ଥିକ ଦୃଷ୍ଟି ରୁ ଦୃବଳ କରିବା ମୋଦୀ ସରକାର ର ହିନ ଚେଷ୍ଟା ବିରୁଦ୍ଧରେ ଆଜି କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିକାଶ ନାୟକଙ୍କ ନେତୃତ୍ୱରେ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଚିନ୍ମୟ କୁମାର ହୋତା, ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ଉପ ସଭାନେତ୍ରୀ ସୁପ୍ରଭା କୁମାରୀ ଦାସ , ବ୍ରହ୍ମପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ତତ୍ ସତ୍ ସୁବୁଦ୍ଧି , ଯୁବ କଂଗ୍ରେସ ନେତା ସିଦ୍ଧାନ୍ତ ସାହୁ , ଆତିସ ଦଳେଇ , ରାକେଶ ରାଉତ , ନରେଶ ଘଡେଇ , ସିଦ୍ଧାର୍ଥ ଗୌଡ଼, ଟିକିନା ପ୍ରଧାନ, ତାରିଣୀ ମାଝୀ ସମେତ ଅନେକ ଯୁବ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here