ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା : କମିଲା ଏଲପିଜି ସିଲିଣ୍ଡର ଦର

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଦେଶର କୋଟି କୋଟି ମହିଳାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳା ଦିବସ ଅବସରରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଲପିଜି ସିଲିଣ୍ଡର ଦରକୁ ୧୦୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ଦେଶର ଲକ୍ଷ ଲକ୍ଷ ପରିବାର ଉପରେ ଆର୍ଥିକ ବୋଝ କମିବ, ବିଶେଷ ଭାବରେ ଆମର ନାରୀ ଶକ୍ତି ଉପକୃତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟ ରେ କହିଛନ୍ତି, ଗ୍ୟାସ ସିଲିଣ୍ଡର ଡର କମିବା ଦ୍ୱାରା ଦେଶର ଲକ୍ଷ ଲକ୍ଷ ପରିବାରଙ୍କ ଉପରୁ ଆର୍ଥିକ ବୋଝ ମୁକୁଳିବେ ଓ ଆମର ନାରୀ ଶକ୍ତି ବିଶେଷ ବାବରେ ଉପକୃତ ହେବ। ରନ୍ଧନ ଗ୍ୟାସକୁ ଅଧିକ ସୁଲଭ କରି ପରିବାରର କଲ୍ୟାଣକୁ ସମର୍ଥନ କରିବା ଏବଂ ଏକ ସୁସ୍ଥ ପରିବେଶ ଗଠନ କରିବାକୁ ଲକ୍ଷ୍ୟ ରଖିଛୁ । ଏହା ମହିଳାମାନଙ୍କୁ ସଶକ୍ତିକରଣ କରିବ ଏବଂ ସେମାନଙ୍କ ପାଇଁ ‘Ease of Living’ (ସହଜ ଜୀବନଯାପନ) ସୁନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତାର ଅନୁରୂପ ।

LEAVE A REPLY

Please enter your comment!
Please enter your name here