ଆଜି ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ : ୬୪୦୦ କୋଟିର ପ୍ରକଳ୍ପର ଶିଳାନ୍ୟାସ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ଜମ୍ମୁ କାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ୬୪୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀନଗରରେ ଏକ ସାଧାରଣ ସଭାକୁ ମୋଦି ସମ୍ବୋଧିତ କରିବେ। ବକ୍ସି ଷ୍ଟାଡିୟମରେ ସମାବେଶର ଆୟୋଜନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ମୋଦି ଶ୍ରୀନଗରର ଷ୍ଟାଡିୟମରେ ‘ବିକଶିତ ଭାରତ ବିକଶିତ ଜମ୍ମୁ କାଶ୍ମୀର’ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କୃଷି ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାୟ ୫୦୦୦ କୋଟି ଟଙ୍କା ମୂଲ୍ୟରେ ‘ସାମଗ୍ରିକ କୃଷି ବିକାଶ କାର୍ଯ୍ୟକ୍ରମ’କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ଧାରା ୩୭୦ ଉଚ୍ଛେଦ ବୈଧ ବୋଲି ସୁପ୍ରିମକୋର୍ଟ କହିବା ପରେ ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଏଠାରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବବହନ କରୁଛି । ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଯୋଜନା ଅଧୀନରେ ୧୪୦୦ କୋଟିରୁ ଅଧିକ ମୂଲ୍ୟର ପର୍ଯ୍ୟଟନ କ୍ଷେତ୍ର ସହ ଜଡିତ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

LEAVE A REPLY

Please enter your comment!
Please enter your name here