ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଦଳ ଡିଆଁ କ୍ରମରେ ଆଜି ବିଜେଡି ଛାଡିଛନ୍ତି ଉତ୍ତର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଦଳରେ ଲଗାତାର ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଦଳ ଛାଡିଥିବା ସୂଚନା ଦେଇଛନ୍ତି l ସୂଚନା ଅନୁସାରେ, ୨୦୧୪ରୁ ୨୦୧୯ରୁ ଯାଏଁ ବିଧାୟକ ଥିଲେ । ୨୦୧୯ ପରଠାରୁ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା ।
୨୦୧୯ରେ ଦଳ ଉତ୍ତର ଭୁବନେଶ୍ୱରରୁ ସୁଶାନ୍ତ ରାଉତଙ୍କୁ ଟିିକେଟ୍ ଦେଇଥିଲା । ଏଥର ମଧ୍ୟ ଏହି ଆସନରେ ବିଜେଡି ସର୍ପରାଇଜ୍ କାର୍ଡ ଖେଳିବା ନେଇ ଚର୍ଚ୍ଚା ହେଉଛି । ଏହି ଦୃଷ୍ଟିରୁ ପ୍ରିୟଦର୍ଶୀ ଏଥର ଟିକେଟ୍ ପାଇବା ଆଶା ନଥିବା ଆଶା କରି ଦଳ ଛାଡିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ପ୍ରିୟଦର୍ଶୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଇସ୍ଥଫା ପତ୍ର ପଠାଇଛନ୍ତି ଯେଉଁଥିରେ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା କଥା ମଧ୍ୟ ଉଲ୍ଲେଖ ଥିବା ଜଣାପଡିଛି ।