ପ୍ରିୟଙ୍କାଙ୍କୁ ବ୍ୟାଗ, ଚର୍ଚ୍ଚାରେ ଅପରାଜିତା

0

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସଂସଦରେ ହିଂସାକୁ ନେଇ ଆଜି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଢ଼ଙ୍ଗୀ । ତାଙ୍କୁ ବାଂଲାଦେଶ ହିଂସାରେ ହୋଇଥିବା ରକ୍ତପାତ ସମ୍ପର୍କିତ ଏକ ବ୍ୟାଗ ଦେଇ ବ୍ୟତିବ୍ୟସ୍ତ କରିଦେଇଛନ୍ତି । ପ୍ରିୟଙ୍କା ପ୍ରଥମେ ବ୍ୟାଗ ଗ୍ରହଣ କରିଥିଲେ, ହେଲେ ବ୍ୟାଗ ଦେଖିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଯାହା ଏବେ ଟ୍ରୋଲ ହେଉଛି । ଗୋଟେ ପଟେ ଆମ୍ବେଦକରଙ୍କୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅସମ୍ମାନ ଅଭିଯୋଗ ଓ ଅନ୍ୟପଟେ ସାଂସଦଙ୍କୁ କଂଗ୍ରେସ ନେତା ରାହୁଲଙ୍କ ଧକ୍କାମୁକାକୁନେଇ ସାରା ଦେଶରେ ରାଜନୈତିକ ଉଷ୍ମତା ଦେଖା ଦେଇଥିବା ବେଳେ ଅପରାଜିତା ଏପରି ଭିନ୍ନ ପ୍ରତିବାଦ କରି ଚର୍ଚ୍ଚାକୁ ଆସିଛନ୍ତି ।

ଲୋକସଭାରେ ସରକାରଙ୍କୁ କଡ଼ା ଜବାବ ଦେଉଥିବା ପ୍ରିୟଙ୍କା ବାଂଲାଦେଶ ଓ ପାଲେଷ୍ଟାଇନର ବିଭିନ୍ନ ବ୍ୟାଗ ନେଇ ସଂସଦକୁ ଯାଉଥିଲେ । ଯେଉଁ ବ୍ୟାଗରେ ବାଂଲାଦେଶ, ପାଲେଷ୍ଟାଇନ ଲେଖା ରହିଛି । ସଂସଦ ଭିତରକୁ ଏପରି ନାନାବାୟା ବ୍ୟାଗ ଧରି ଯିବାକୁ ଅନେକେ ଗ୍ରହଣ କରିପାରୁ ନାହାନ୍ତି । ଭାରତୀୟ ସଂସଦରେ ଅନ୍ୟ ଦେଶର ବ୍ୟାଗକୁ ନେଇ କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ପ୍ରିୟଙ୍କା । ପ୍ରିୟଙ୍କାଙ୍କ ବ୍ୟାଗ ଠାଣୀକୁ ନେଇ ତାଙ୍କୁ ଆଜି କଡ଼ା ଜବବା ଦେଇଛନ୍ତି ବିଜେପି ଏମପି ଅପରାଜିତା ।

ତାଙ୍କୁ ୧୯୮୪ ଲେଖାଥିବା ଏକ ବ୍ୟାଗ ଦେଇଛନ୍ତି । ଏହାର ପ୍ରତିକ୍ରିୟାରେ ଅପରାଜିତା କହିଛନ୍ତି, ଭଳିକି ଭଳି ବ୍ୟାଗ ନେଇ ସଂସଦକୁ ଯିବାର ଅଭ୍ୟାସ ରହିଛି । ତେଣୁ ଆମେ ୧୯୮୪ ଦଙ୍ଗାକୁ ନେଇ ଏକ ବ୍ୟାଗ ପ୍ରିୟଙ୍କାଙ୍କୁ ପ୍ରଦାନ କରିଥିଲୁ । ଏହାର ପ୍ରତିକ୍ରିୟାରେ ବି ସମାନ କଥା କହିଥିଲେ ଅପରାଜିତା । ଯାହା ଜାତୀୟ ସ୍ତରରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରିୟଙ୍କାଙ୍କ ବ୍ୟାଗ ରାଜନୀତିକୁ ଅପରାଜିତାଙ୍କ ଜବାବ ଏବେ ଟ୍ରୋଲ ହେଉଛି ।

LEAVE A REPLY

Please enter your comment!
Please enter your name here