କନ୍ଧମାଳ ( ବିପ୍ଲବୀ ପରିକ୍ରମା ):- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବୁଜୁଲି ଗ୍ରାମରେ ଏକ ଘର ପୋଡ଼ି ହୋଇଯାଇଛି। ଗତ କାଲି ରାତି ପ୍ରାୟ ୭ ଟା ବେଳେ ବୁଜୁଲୀ ଗ୍ରାମ ର ବି.ଫେର୍ଣ୍ଣାନ୍ଦ ବଳିଆର ସିଂ ଙ୍କ ଘରେ ମହମବତୀ ନିଆଁ ଲାଗି ଘର ପୋଡ଼ି ଯାଇଛି।
ସୂଚନା ଅନୁଯାୟୀ, ବି.ଫେର୍ଣ୍ଣାନ୍ଦ ବଳିଆର ସିଂ ଙ୍କ ସ୍ତ୍ରୀ ର ପେଟ ଅପରେସନ ହୋଇଥିବା ହେତୁ ତାଙ୍କ ଆଉ ୪ ଜଣ ସଦସ୍ୟା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କିରାମାହା ଗ୍ରାମ ରେ ସମ୍ପର୍କୀୟ ଙ୍କ ଘରେ ଥିଲେ। ଘରେ ସାନ ଝିଅ କୁନ୍ତୁଳା ଓ ବାପା ବି .ଫେର୍ଣ୍ଣାନ୍ଦ ଥିଲେ। ସନ୍ଧ୍ୟାସମୟ ରେ ବାପା ନିକଟସ୍ତ ସ୍କୁଲ୍ ଛକ ପାଖରେ କଥା ହେଉଥିଲେ l ହଟାତ୍ ବିଦୂତ୍ ଟ୍ରାନ୍ସଫର୍ମ ମେସିନ ପୋଡିଯିବାରୁ ଲାଇଟ୍ ଚାଲିଯାଇଥିଲା। ବିଦ୍ୟୁତ ଚାଲିଯିବାରୁ ଫେର୍ଣ୍ଣାନ୍ଦଙ୍କ ସାନ ଝିଅ ମହମବତୀ ଲଗାଇ ପାଠ ପଡ଼ିବା ପରେ ରୋଷେଇ କାମରେ ବ୍ୟସ୍ତ ଥିଲେ, ଏହି ସମୟରେ ମହମବତୀ ପାଖରେ ଥିବା ବହି ପତ୍ର କୁ ନିଆଁ ଲାଗି ଘରେ ଥିବା ମୂଲ୍ୟବାନ ଜିନିଷ ପତ୍ରରେ ଲାଗି ପୁରା ଘରସାରା ବ୍ୟାପିଯାଇଥିଲା ।
ସେହି ସମୟରେ ପଡ଼ୋଶୀ ଙ୍କୁ ଚିତ୍କାର କରି ଡାକିଲା ବେଳକୁ ନିଆଁ ଆୟତରେ ନଥିଲା। ଚିତ୍କାର ଶୁଣି ପାଖ ପଡ଼ିଶା ଲୋକେ ଏବଂ ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ନ ଲିଭିବାରୁ ପରେ ଦାରିଙ୍ଗବାଡି ଦମକଳ କେନ୍ଦ୍ର କୁ ଫୋନ୍ କରି ଡାକିଥିଲେ।ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘରେ ଥିବା ଲୁଗାପଟା, ବହି, ସାର୍ଟିଫିକେଟ, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ଟିଭି, କମ୍ପ୍ୟୁଟର ଇତ୍ୟାଦି ଇଲେକ୍ଟ୍ରୋନିକ ଓ ସୁନାରୁପା ସହ ନଗଦ ୫୦ ହଜାର ଟଙ୍କା ସବୁ ନିଆଁ ରେ ପୋଡ଼ି ହୋଇ ପାଉଁଶ ହେଇଯାଇଥିବା ନେଇ ଫେର୍ଣ୍ଣାନ୍ଦ ବଳିଆର ସିଂ ଗଦାପୁର ଆର ଆଇ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
ଅଗ୍ନିକାଣ୍ଡରେ ପୀଡ଼ିତ ପରିବାର, ସମ୍ପର୍କୀୟ ଙ୍କ ଘରେ ରହୁଥିବାରୁ ତୁରନ୍ତ ପ୍ରଶାସନ ତରଫରୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଓ ସରପଞ୍ଚ ନବନିତା କପାଟପାତ୍ର ନିବେଦନ କରିଛନ୍ତି l