ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚଳିତ ମାସର ୧୫, ୧୬ ଓ ୧୭ ତାରିଖ ତିନି ଦିନ ଧରି ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହlଗୁଡି ନିକଟସ୍ଥ ବାଲିବlଡ଼ ଗାଁରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ଏକ ବିଶାଳ ସମ୍ମିଳନୀ କରିବାକୁ ଯୋଜନା ଚାଲିଛି l ଏହି ସମ୍ମିଳନୀକୁ ବନ୍ଦ କରିବା ଦାବିରେ ବିଶ୍ବହିନ୍ଦୁ ପରିଷଦ ନେତୃତ୍ୱରେ ହିନ୍ଦୁ ସମ୍ପ୍ରଦାୟର ଶତାଧିକ ମହିଳା ଓ ପୁରୁଷ ଗତ ୫ ତାରିଖ ଦିନ ପାରଳାଖେମୁଣ୍ଡି ଠାରେ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଏହି ଦାବି ଆଧାର ରେ ସୋମବାର ମୋହନା ବ୍ଲକ ସମ୍ମିଳନୀ କକ୍ଷରେ ଉଭୟ ସଂପ୍ରଦାୟ କୁ ନେଇ ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି l ବୈଠକ ରେ ଗଜପତି ଜିଲ୍ଲାପାଳ ବିଜୟ ଦାସ, ଏସପି ଯତୀନ୍ଦ୍ର ପଣ୍ଡା, ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ l ଏଥିସହ ବିଶ୍ବହିନ୍ଦୁ ପରିଷଦ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଅବସରପ୍ରାପ୍ତ ପ୍ରଶାସକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ନେତୃତ୍ୱରେ ବିଭିନ୍ନ ହିନ୍ଦୁ ସଙ୍ଗଠନର କାର୍ଯ୍ୟକର୍ତ୍ତା ବୈଠକ ରେ ଉପସ୍ଥିତ ଥିବା ବେଳେ ସଉରା ବାପ୍ ଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀର ଆବାହକ ଲିଭିଙ୍ଗ ଷ୍ଟନ ଗମାଙ୍ଗ ଙ୍କ ନେତୃତ୍ୱରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ତେବେ ଏତେବଡ଼ ସମ୍ମିଳନୀ କରାଯାଉଥିଲେ ମଧ୍ୟ ଏହି ସମ୍ମିଳନୀ ପାଇଁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ପ୍ରଶାସନ ପlଖରେ କୌଣସି ସୂଚନା ଦିଆଯାଇ ନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଥିଲେ ଉଭୟ ଜିଲ୍ଲାପାଳ ଓ ଏସପି l
କାର୍ଯ୍ୟକ୍ରମ ସ୍ଥଳ ପରିଦର୍ଶନ କରିଥିବା ଉଭୟ ଜିଲ୍ଲାପାଳ ଓ ଏସପି କହିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ପାଇଁ ଅନୁମତି ର ଆବଶ୍ୟକତା ରହିଛି l ଲୋକଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ଉପର ସ୍ଥରରେ ଅନୁମତି ଆଣିବାକୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ କୁ ପରାମର୍ଶ ଦେଇଛନ୍ତି ଉଭୟ ଜିଲ୍ଲାପାଳ ଓ ଏସପି l