ଆସ୍କାରେ ମୋହନ ମାଝୀଙ୍କୁ ବିରୋଧ

0

ଆସ୍କା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆସିକା ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଗସ୍ତକୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଆସିକା ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡ଼ି ନେତା ଓ କର୍ମୀଙ୍କ ସହ ଗଞ୍ଜାମ ଜିଲ୍ଲାର ବହୁ ବିଜେଡ଼ି କର୍ମୀ ଆସିକା ବିଜୁ ଜନତା ଦଳ ଅଫିସ ସମ୍ମୁଖରେ ବିରୋଧ କରିଛନ୍ତି l ମୋହନ ମାଝୀ ଗୋ ବ୍ୟାକ, ବର୍ଷ ଏକ ନାରୀ ନିର୍ଯ୍ୟାତନା ଅନେକ,ନାରୀ ନିର୍ଯାତନା ରେ ଏକ ନମ୍ବର ବିଜେପି ସରକାର, ନାରୀ ଆଖିରୁ ଲୁହ ଝରୁଛି- ବିଜେପି ସରକାର ଉତ୍ସବରେ ମାତିଛି.ଗୋ ବ୍ୟାକ ମୋହନ ମାଝୀ ନାରା ଦେଇ ବିରୋଧ କରୁଥିବା ବେଳେ ପୋଲିସ ସମସ୍ତ କର୍ମୀଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଆସିକା ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ପାଗ ଖରାପ ଯୋଗୁଁ ଭୂବନେଶ୍ବରରୁ ରୋଡ ଦେଇ ଆସୁଥିବା ବେଳେ ଆସିକା ଠାରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପାଇଁ ଉଦ୍ୟମ ଚାଲିଥିଲା । ପୋଲିସ ପ୍ରଶାସନ ଜାଣିପାରି ଘଟଣାକୁ ଭଣ୍ଡୁର କରିବା ସହ ଦଶ ରୁ ଅଧିକ ବିଜେଡି ନେତାଙ୍କୁ ଟେକି ନେଇ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here