ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗୀ ଦଳ ପକ୍ଷରୁ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ମଠ ମନ୍ଦିର ଭଙ୍ଗାରୁଜା କରିବାକୁ ବିରୋଧ କରି ସର୍ବଭାରତୀୟ ହିନ୍ଦୁ ଜାଗରଣ ମଞ୍ଚର ଆହ୍ୱାନ କ୍ରମେ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ସେମାନଙ୍କ ମୁଖ୍ୟ ଦାବୀହେଲା ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ମଠମନ୍ଦିର ଭଙ୍ଗାରୁଜା ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରି ବାଂଲାଦେଶରେ ଥିବା ହିନ୍ଦୁ ମାନଙ୍କ ଧନ ଜୀବନକୁ ସୁରକ୍ଷା ଦିଆଯାଉ । ହିନ୍ଦୁମାନଙ୍କ ସୁରକ୍ଷା ଲାଗି ଭାରତ ସରକାର ଆନ୍ତର୍ଜାତୀୟ ସ୍ଥରରେ ସ୍ୱର ଉତ୍ତୋଳନ କରିବାକୁ ଦାବି କରିଛନ୍ତି । ସେଠାରେ ଇସଲାମ ସମ୍ପ୍ରଦାୟର କଟର ପନ୍ଥୀ ନେତା ଏବଂ ସ୍ଥାନୀୟ ସରକାରଙ୍କ ରାଜନୀତି କରି ହିନ୍ଦୁ ସମାଜର ସୁରକ୍ଷା ଲାଗି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଇସକନ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଇ ବନ୍ଦୀ କରି ରଖିଛନ୍ତି ସେଥିରୁ ମୁକ୍ତି କରିବା ପାଇଁ ଭାରତ ସରକାର ଉଦ୍ୟମ କରନ୍ତୁ , ଭାରତରେ ବାଂଲାଦେସି ରୋହିଙ୍ଗିଆଙ୍କ ଅନୁପ୍ରବେଶ ରୋକ ଲଗାଇବା ସହ ଏହି ସମ୍ପ୍ରଦାୟର ଲୋକଙ୍କୁ ଚି଼ହ୍ନଟ କରି ଭାରତରୁ ହଟାଯାଉ ବୋଲି ଦାବି କରିଛନ୍ତି,ନଚେତ ହିନ୍ଦୁ ଧର୍ମର ସନ୍ଥ,ଶାସ୍ତ୍ର ବଦଳରେ ଅସ୍ତ୍ର ଧରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ସବୁ ଦାବିକୁ ନେଇ ଶହଶହ ହିନ୍ଦୁ ପୁରୁଷ ମହିଳା ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି l