ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସେଣ୍ଟ୍ରାଲ ମହାସଂଘ ର ଡ଼ାକରାରେ ଗଂଜାମ ଜିଲ୍ଲା ଶାଖା କର୍ମଚାରୀ ଶନିବାର ଦିନ ଆର ଡ଼ି ସି ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଅବସର ପ୍ରାପ୍ତ କର୍ମଚାରୀଙ୍କୁ ଚିକିଛା ସୁବିଧା ଓ ଭତ୍ତା ପ୍ରଦାନ,ପିଜି ଏଣ୍ଡ ପିଏ ବିଭାଗକୁ ପୁନ୍ନ ପ୍ରଚଳନ ଇତ୍ୟାଦି ଦାବି ନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ସେଣ୍ଟ୍ରାଲ କମିଟିର ନିଷ୍ପତି ଆଧାରରେ ୨୫ ତାରିଖ ଥର ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ର ଗଂଜାମ ଜିଲ୍ଲା ଶାଖା ସଭାପତି ସୂଚନା ପ୍ରଦାନ କରିଛନ୍ତି l