ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସୋମବାର ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ଡାକରାରେ ଜିଲ୍ଲା ସଂଘ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟରତ କର୍ମଚାରୀ ଇଏମିଟି , ପାଇଲଟ , ଏଣ୍ଟେଡ଼େଣ୍ଟ ମାନେ ପୂର୍ବରୁ ଭୁବନେଶ୍ୱର ର Ziqtiza Health Care Ltd. ଦ୍ୱାରା ପରିଚାଳିତ ହେଉଥିଲେ।
ତେବେ ବର୍ତ୍ତମାନ EMRI Green ନାମକ ଠିକା ସଂସ୍ଥା ନୂତନ ଦାୟିତ୍ବ ବହନ କରିଛନ୍ତି କିନ୍ତୁ ନୂତନ ଭାବେ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ୨୫୦ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର କରିଦେଇଛି।ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ବର୍ଷ, ବର୍ଷ ଧରି ଖରା,ବର୍ଷା, ଶୀତ, ଦିନରାତି,ବାତ୍ୟା,ସମସ୍ତ ଦୁର୍ବିପାକ ରେ କାର୍ଯ୍ୟ କରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା କର୍ମଚାରୀଙ୍କୁ ବାହାର କରିବା ନିନ୍ଦନୀୟ ବୋଲି ସଂଘ କହିଛି। ତୁରନ୍ତ କର୍ମଚାରୀ ଙ୍କୁ ନିଯୁକ୍ତି ଦେବା ସହିତ ୧୧ ଦଫା ଦାବି ପୂରଣ କରିବାକୁ ଦାବି କରିଛି ସଂଘ।
ଯଦି ଦାବି ପୂରଣ ନ ହେଲେ ସମସ୍ତ ୧୦୮ ଆମ୍ବୁଲାନ୍ସ କର୍ମାଚାରୀମାନେ ଆସନ୍ତା ୩୦ ତାରିଖରୁ ଜି.ପି.ଏସ୍ ବନ୍ଦ କରି ରୋଗୀସେବା କରାଯିବ ଏବଂ ପୁଣି ନଭେମ୍ବର ୦୧ତାରିଖ ଦିନ ସମସ୍ତ କର୍ମଚାରୀ ମାନେ ନିଜର ରୋଗୀ ସେବା ବନ୍ଦ କରି ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବେ ବୋଲି ସଂଘ ଚେତାବନୀ ଦେଇଛି l