କେନ୍ଦୁଝର ( ବିପ୍ଲବୀ ପରିକ୍ରମା ):- କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ତଥା ବଡବିଲ ତହସିଲ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଟଣ୍ଟୋ ଗ୍ରାମରେ ଥିବା ନର୍ଭେରାମ ଖଣିରୁ ମାଲ୍ ପରିବହନ ବିଲକୁଲ୍ ଠପ୍ ହୋଇଯାଇଛି।
ବିଭିନ୍ନ ଦାବି ନେଇ ଦୀର୍ଘ ୧୦୦ ଦିନରୁ ଉର୍ଦ୍ଧ୍ବ ହେବ ସ୍ଥାନୀୟ ଲୋକମାନେ କମ୍ପାନୀ ଗେଟ୍ ସମ୍ମୁଖରେ ନର୍ଭେରାମ ବିରୁଦ୍ଧରେ ଆନ୍ଦୋଳନରେ ବସିଥିବା ବେଳେ ବର୍ତ୍ତମାନ ପୁଣି ନର୍ଭେରାମ ସପକ୍ଷବାଦୀ ମାନେ ଏହି ଆନ୍ଦୋଳନର ବିରୋଧ କରୁଥିବା ଦେଖା ଯାଇଛି।
ଉଭୟ ପକ୍ଷରେ ଟଣ୍ଟୋ ଗ୍ରାମର ଲୋକମାନେ ରହିଥିବା ବେଳେ କମ୍ପାନୀ ସପକ୍ଷବାଦୀ ଯଥାଶୀଘ୍ର ନର୍ଭେରାମ ଖଣିରୁ ମାଲ୍ ପରିବହନ ଚାଲୁ କରିବାକୁ ଦାବି କରିଛନ୍ତି l