ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ସ୍ଥିତ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଳବ୍ ତରଫରୁ ନିଜସ୍ୱ କାର୍ଯ୍ୟାଳୟ ଅର୍ଥାତ ଗାନ୍ଧୀ ମାର୍କେଟ୍ ସ୍ଥିତ ସ୍ନେହମ୍ ଠାରେ ୯ ବର୍ଷ ବୟସଠାରୁ ୨୬ ବର୍ଷ ବୟସର ୧୦୦ ଜଣ ଝିଅଙ୍କୁ ଗର୍ଭାଶୟ ଗ୍ରୀବା ବା Cervical Cancer ରୁ ରକ୍ଷା କରିବା ପାଇଁ ପ୍ରତିଷେଧକ ଟୀକା HPVର ପ୍ରଥମ ମାତ୍ରା ନିଃଶୁଳ୍କ ଭାବେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ନଗର ନିଗମର ମେୟର ସଂଘମିତ୍ରା ଦଳାଇ ଉଦ୍ଘାଟନ କରିଥିଲେ। ଗଂଜାମ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡ.ଭବାନୀ ଶଙ୍କର ମିଶ୍ର, N.H.M.ଗଂଜାମ ଜିଲ୍ଲାର ସ୍ମୃତିବର୍ଦ୍ଧନ ଦାସ, M.C.W. ସେଣ୍ଟରର ଡ.ଜୟନ୍ତୀ ରାଓ ଅତିଥି ରୂପେ ଯୋଗ ଦେଇ ଏହି କାର୍ଯ୍ୟର ଭୁୟସୀ ପ୍ରଶଂସା କରିଥିଲେ।
ତେବେ ଗର୍ଭାଶୟ ଗ୍ରୀବା କର୍କଟର ମୁଖ୍ୟ କାରଣ ହେଉଛି ଏକ ପ୍ରକାରର ଭୁତାଣୁ ଯାହାକି HPV ବ(Human Papilloma virus) । ଏହି ମାରାତ୍ମକ କର୍କଟରୁ ରକ୍ଷାପାଇବା ପାଇଁ ପ୍ରତିଷେଧକ HPV ଟୀକା ନେବାବ୍ୟତୀତ ଅନ୍ୟପନ୍ଥା ନାହିଁ। ବର୍ତ୍ତମାନ୍ ୯ ବର୍ଷରୁ ୧୪ ବର୍ଷର ଟୀକା ନେଇଥିବା ଝିଅ ମାନଙ୍କୁ ଠିକ୍ ଦୁଇମାସରେ ଏହାର ଦ୍ଵିତୀୟ ଟୀକା ଦିଆଯିବ ଓ ସେହିପରି ଯେଉଁ ୧୫ ବର୍ଷରୁ ୨୬ ବର୍ଷର ଯେଉଁ ଝିଅମାନେ ଟୀକା ନେଇଛନ୍ତି ସେମାନଙ୍କୁ ଠିକ୍ ୨ ମାସରେ ଦ୍ଵିତୀୟ ଟୀକା ଓ ୬ ମାସରେ ୩ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ଟିକାଦାନ ପାଇଁ ଟୀକାନେବାକୁ ଉପସ୍ଥିତଥିବା ଇଛୁକ ଝିଅ ଓ ସେମାନଙ୍କ ପିତାମାତା ମାନଙ୍କୁ ଏହି ଟିକାର ଉଦ୍ଦେଶ୍ୟ ଓ ଉପକାରିତା ବିଷୟରେ ସଚେତନ କରାଯାଇଥିଲା ଓ ଝିଅ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଯୋଗ୍ୟ ହିତାଧିକାରୀ ବଛାଯାଇଥିଲା।
ତେବେ ଶିଶୁ ବିଶେଷଜ୍ଞ ଡ.T.ପ୍ରକାଶ ରାଓଙ୍କ ନେତୃତ୍ୱରେ , ଶିଶୁ ବିଶେଷଜ୍ଞ ଡ. ଏସ.କେ.ବର୍ମା, ଡ. ରୋଶନ କୁମାର, U.S.ମୂର୍ତ୍ତି, ଡ.ଚକ୍ରଧର ରାଜୁ, ଡ.J.ନାରାୟଣ ରାଓ ଟୀକା ପ୍ରଦାନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ଶ୍ରୀମତୀ ତନୁଜା ବନାଙ୍ଗୀ,ମହିଳା କର୍ମୀ ଉଷାରାଣୀ ପାଢ଼ି, ସହାୟକ ଏଲିଶା ଓ ନୀଳାଞ୍ଚଳ ପାଢି ସାହାଯ୍ୟ କରିଥିଲେ। ତେବେ ବହୁତ ଖୁସିର କଥା ଏହି ମୂଲ୍ୟବାନ କାର୍ଯ୍ୟପାଇଁ ଇପ୍ପିଲି କେଶବ ରାଓ ଓ ତାଙ୍କ ସହଧର୍ମିଣୀ ଇପ୍ପିଲି ବିଶାଲା ସେମାନଙ୍କ ୭୫ ତମ ବିବାହ ଦିବସ ଉପଲକ୍ଷେ ସମସ୍ତ ଟୀକାର ଖର୍ଚ୍ଚ ପ୍ରଦାନ କରି କିମ୍ବଦନ୍ତୀ ସୃଷ୍ଟି କରିଛନ୍ତି।
ଏହି କାର୍ଯ୍ୟକ୍ରମକୁ କ୍ଳବର ସଭାପତି M.ବିଦ୍ୟାସାଗର, ସମ୍ପାଦକ ସତ୍ୟକାମ୍ ପାତ୍ର, ଉପସଭାପତି ଜମ୍ମୁଲା ସୁରେଶ, କୋଷାଧ୍ୟକ୍ଷ କିରଣ କୁମାର, ପୂର୍ବତନ ସଭାପତି ଇଞ୍ଜିନିୟର. ପ୍ରଶାନ୍ତ କୁମାର ପାତ୍ର , ଏହି ପ୍ରୋଜେକ୍ଟର ଅଧ୍ୟକ୍ଷ Asn ଗୁପ୍ତା , ସଭ୍ୟ ଏ.ରଘୁନାଥମ, ପି.ପ୍ରବୀଣ କୁମାର, ମୋନିଙ୍ଗ ପ୍ରବୀଣ, ପ୍ରଭାକର ଚୌଧୁରୀ, A.ରାମଚନ୍ଦ୍ର ରାଓ, ପି.ଶ୍ରୀନିବାସ ରାଓ, ଇ.ଜଗଦୀଶ୍ୱର ରାଓ ଓ କ୍ଳବର ଶକ୍ତି ବିଭାଗର ଇପାରି ପ୍ରବୀଣା, ପି.ଅନୁରାଧା, ଇନ୍ଦିରା ଚୌଧୁରୀ, ଭାନୁପ୍ରିୟା, ରେଖା, ଶ୍ରାବଣୀ ଜମ୍ମୁଲା ସାଇଲଜା, ଵି.ବୀଣା, ପି.ଲଷ୍ମୀ, ସହଯୋଗ କରିଥିଲେ l