ଗୁମ୍ମା ( ବିପ୍ଲବୀ ପରିକ୍ରମା ):- ସରକାରୀ କର୍ମଚାରୀ ଭାବେ ନିଯୁକ୍ତ ପାଇବା ପରେ ବି ଛାଡିନି ରାଜନିତି ନିଶା। କଂଗ୍ରେସ ସଂଗଠନ ପାଇଁ ନେଇଥିଲେ ଦାୟିତ୍ଵ। ଯୋଗଦେଉଥିଲେ ବିଭିନ୍ନ ଶୋଭାଯାତ୍ରା ଓ ପ୍ରଚାର କାର୍ଯ୍ୟକ୍ରମରେ। ଶେଷରେ ତଥ୍ୟ ପ୍ରମାଣ ଆଧାରରେ ଦାୟିତ୍ଵରୁ ବହିଷ୍କୃତ ହେଲେ। ଏ ହେଉଛନ୍ତି ଗୁମ୍ମା ବ୍ଲକ ରେ ସିଆରପି ଗିତାଞ୍ଜଳି ଭୂୟାଁ। ପୂର୍ବରୁ କଂଗ୍ରେସର ସକ୍ରୀୟ ଆଦିବାସୀ ନେତ୍ରୀ ଭାବେ ବେଶ ପରିଚିତ। ଗୁମ୍ମା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ପରବର୍ତ୍ତୀ ସମୟରେ ସରକାରଙ୍କ ଜୀବିକା ମିଶନ ବିଭାଗର ସିଆରପି ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ଭୁଲିଗଲେ ନିର୍ବାଚନ ଆଚରଣବିଧି। କଂଗ୍ରେସର ବିଭିନ୍ନ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଫୋଟ ଓ ତଥ୍ୟ ପ୍ରମାଣ ପାଇବା ପରେ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।