ବାରିପଦା ( ବିପ୍ଲବୀ ପରିକ୍ରମା ):- ଚଳିତ ବର୍ଷ ବାରିପଦା ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରଛାତ୍ରୀ ପ୍ରତିବର୍ଷ ପରି ୧୦୦% ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ବିଦ୍ୟାଳୟରେ ମୋଟ ୧୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ବିଜ୍ଞାନରେ ୯୫ ଜଣ ପ୍ରଥମ ଶ୍ରେଣୀ ରେ ଓ ୧୦ ଜଣ ଦ୍ଵିତୀୟ ଶ୍ରେଣୀରେ ଏବଂ ବାଣିଜ୍ୟରେ ୭ ଜଣ ପ୍ରଥମ ଶ୍ରେଣୀରେ ଓ ଜଣେ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ବିଜ୍ଞାନରେ ବିଭୁଦତ୍ତ ନନ୍ଦ ୯୦.୧୬%, ଚିଣ୍ଟୁ ଘୋଷ ୮୬%, ଓ ଅନନ୍ୟା ସାହୁ ୮୫.୩୩%, ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବାଣିଜ୍ୟରେ ସାଜି ଚନ୍ଦ୍ର ସାହୁ ୯୦.୩୩%, ପ୍ରତୀକ୍ଷା ପ୍ରିୟଦର୍ଶିନୀ ମହାନ୍ତ ୮୬.୫୦% ଓ ରଘୁନାଥ ମୁର୍ମୁ ୮୫.୬୭% ପ୍ରତିଶତ ନମ୍ବର ରଖି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି।ଯାହାକୁ ନେଇ ବିଦ୍ୟାଳୟର ପରଚାଳନା ସମିତିର ସଭାପତି ଇଂ ପ୍ରଭାସ କୁମାର ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ଅଧ୍ୟକ୍ଷା ଅଙ୍କିତା ବାରିକ ,ଉପାଧ୍ୟକ୍ଷ ଡ. ରାଜକୁମାର ବିଶ୍ଵାଳ, ଅଧ୍ୟାପକ ଡ. ଆଦର୍ଶ ଶତପଥୀ, ଅଧ୍ୟାପକ ରମାକାନ୍ତ ପାତ୍ର ଓ ସଦସ୍ୟ ଇଂ. ଯତୀନ କୁମାର ବାରିକ ପ୍ରମୁଖ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସମସ୍ତ ଅଭିଭାବକ ମାନଙ୍କୁ ଧନ୍ୟବାଦ୍ ଦେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।
ତେବେ ଛାତ୍ର ଛାତ୍ରୀ ମାନେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟରେ ଭଲ ପାଠପଢି ପରୀକ୍ଷାରେ ସଫଳତା ହାସଲ କରିବା ପରେ ଭଗବାନ,ନିଜ ମା ବାପା ଏବଂ ବିଦ୍ୟାଳୟର ସମସ୍ତ ସଦସ୍ୟମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ତେବେ ଛାତ୍ରଛାତ୍ରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏଵଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା କର୍ମଚାରୀଙ୍କର ସଂପୂର୍ଣ୍ଣ ପ୍ରୟାସ, ତ୍ୟାଗ ଫଳରେ ଆଜି ପିଲାମାନେ ଏହି ସଫଳତା ହାସଲ କରିଥିବାରୁ ଅଭିଭାବକ ମାନେ ମଧ୍ୟ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି।