ଟିକେଟ ପାଇଁ ଠେଲାପେଲା, ଚଳାଚକଟା ସ୍ଥିତି

0

କଟକ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆରମ୍ଭ ହୋଇଛି ଅଫଲାଇନ୍ ଟିକେଟ ବିକ୍ରି । ଆସନ୍ତା ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ ପାଇଁ ଆଜିଠୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି । ଅଲାଇନ ଟିକେଟ ମାତ୍ର କେଇ ମିନିଟରେ ଶେଷ ହୋଇଯିବା ପରେ ଅଫଲାଇଟ ଟିକେଟ ପାଇଁ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ । ଦଳଚକଟା ପରିସ୍ଥିତି ଉପୁଜିଛି । ଉତ୍ସାହିତ ଫ୍ୟାନ୍ସଙ୍କ ଅସମ୍ଭବ ଭିଡ ପାଇଁ ନାକେଦମ ପୋଲିସ । ହଜାର ହଜାର କ୍ରିକେଟ ଫ୍ୟାନ୍ସ କାଉଣ୍ଟର ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଗତକାଲି ରାତିଠୁ । ଏପଟେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଫେବୃଆରୀ ୯ ତାରିଖରେ ଖେଳାଯିବ ବହୁ ପ୍ରତିକ୍ଷୀତ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ତେବେ ଦଳଚକଟାରେ ୧୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ବୁଧବାରଠୁ ଆରମ୍ଭ ହୋଇଥିବା ଅଫଲାଇନ ଟିକେଟ ପାଇଁ ଗତକାଲିଠୁ ମହିଳାଙ୍କ ସମେତ ପୁରୁଷମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ୪ଟି କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିଥିଲା ଓସିଏ ଓ କମିଶନରେଟ ପୋଲିସ । ଜଣେ ବ୍ୟକ୍ତି ପିଛା ୨ଟି ଲେଖାଏଁ ଟିକେଟ ବିକ୍ରି କରିବାକୁ ଥିବାବେଳେ ଏଥିପାଇଁ ଫଟୋ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଜି ଏବଂ କାଲି ( ୫ ଏବଂ ୬ ତାରିଖ) ଦୁଇ ଦିନ ଧରି ଚାଲିବ ଅଫଲାଇନ ଟିକେଟ ବିକ୍ରି ।

ତେବେ ଟିକେଟ ପାଇଁ ଦଳାଚକଟା ସ୍ଥିତି ଦେଖାଦେଇଛି,ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଟିକେଟ ପାଇଁ ଧସ୍ତାଧସ୍ତି ହୋଇଛି,ଅଫଲାଇନ ଟିକେଟ କାଉଣ୍ଟର ଆଗରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା,ଅସମ୍ଭାଳ ଭିଡ ଏଡାଇବାରେ ପୋଲିସ ନାକେଦମ ପୁରା,ଲୋକଙ୍କ ଉପରେ ଚଢିଗଲେ କ୍ରିକେଟ ପ୍ରେମୀ,ଯିଏ ଯେମିତି ପାରିଲା ଧସେଇ ହୋଇ ପସିଲେ,ବାଉଁଶ ବ୍ୟାରିକେଡ ଥିଲେ ବି ମାନେଲେନି ଲୋକେ,ମିଳୁନି ପାଣି, ନାହିଁ ଏକଜିଟ ପଏଣ୍ଟ,ଗତକାଲି ସନ୍ଧ୍ୟାରୁ ଧାଡ଼ି ଦେଇଛନ୍ତି କ୍ରିକେଟ୍ ପ୍ରେମୀ,ବ୍ୟାରିକେଡ୍ କାଟି ଲୋକଙ୍କୁ ବାହାର କରାଗଲା l

LEAVE A REPLY

Please enter your comment!
Please enter your name here