ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ରେଗିଙ୍ଗ : ୧୨ ଜଣିଆ କମିଟି ଓ ଡ଼ିଏସପିଙ୍କ ତଦନ୍ତ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ଗତ ୨୧ ତାରିଖରେ ପ୍ରଥମ ବର୍ଷ ହଷ୍ଟେଲ ରେ ରହୁଥିବା ଛାତ୍ରଙ୍କୁ ଉକ୍ତ ହଷ୍ଟେଲର ଦ୍ୱିତୀୟବର୍ଷ ଛାତ୍ରମାନେ ରେଗିଙ୍ଗ ସହ ମାନସିକ ନିର୍ଯ୍ୟାତନା ଦେବା ନେଇ ugc ର ଆଣ୍ଟି ରେଗିଙ୍ଗ ସେଲରେ ପ୍ରଥମ ବର୍ଷର ଛାତ୍ର ଅଭିଯୋଗ କରିଥିଲେ। ଏହା ପରେ ବିଶ୍ୱ ବିଦ୍ୟାଳୟର ୧୨ ଜଣିଆ କମିଟି ଓ ଡ଼ିଏସପି ତଦନ୍ତ କରିଥିଲେ। cctv ଫୁଟେଜ ଆଧାରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେଗିଙ୍ଗ କରିଥିବା ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୪ଜଣ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିବା ବେଳେ ୧୩ ଛାତ୍ରଙ୍କୁ ଏକ ହଜାର ଟଙ୍କା ଜରିମାନା ସହ କ୍ଷମା ପତ୍ର ଦେବା ପାଇଁ ନିର୍ଦ୍ଧେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here