(ବିପ୍ଲବୀ ପରିକ୍ରମା ବ୍ୟୁରୋ);ବିଜେଡ଼ିରୁ ବହିସ୍କୃତ ହୋଇଛନ୍ତି ରଘୁରମ ମାଛ । ଦଳ ବିରୋଧୀ କାର୍ଯ୍ୟ ପାଇଁ କୋରାପୁଟ ବିଧାନସଭା ପ୍ରାର୍ଥୀ ରଘୁରମ ମାଛଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟନାୟକ । ମାଛ ଗତ କିଛି ମାସ ହେବ ଦଳୀୟ ବିଧାୟକ ଓ ନେତା ମାନଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହିଥିଲେ। ତେଣୁ ବିଜେଡି ସୁପ୍ରିମୋ ଆଜି ଏପରି ନିଷ୍ପତି ନେଇଥିବା ଜଣା ପଡ଼ିଛି। ୨୦୧୪ ରେ ମାଛ ଶିକ୍ଷକତା ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ ସେହି ବର୍ଷ ହୋଇଥିବା ନିର୍ବାଚନରେ ତାଙ୍କୁ କୋରାପୁଟ ବିଧାନସଭା ଆସନରୁ ପ୍ରାଥୀ କରିଥିଲା ଦଳ । କିନ୍ତୁ ରଘୁରମ କୋରାପୁଟ ବିଧାନସଭା ଆସନରୁ ଲଢ଼ି ପରାଜୟ ବରଣ କରିଥିଲେ । ଯାହାକୁ ନେଇ ତାଙ୍କୁ 2019ରେ ତାଙ୍କୁ ଟିକେଟ ଦେଇନଥିଲା ଦଳ । ପରେ ସେ ଦଳବିରୋଧୀ କାର୍ଯ୍ୟକରୁଥିବାରୁ ୨୦୨୧ରେ ତାଙ୍କୁ ଦଳରୁ ନିଲମ୍ବିତ ମଧ୍ୟ କରାଯାଇଥିଲା । କିନ୍ତୁ 2022 ପଂଚାୟତ ନିର୍ବାଚନ ପୂର୍ବରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ମଲକନାଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଦାଇତ୍ୱ ଦିଆଯାଇଥିଲା । ତେବେ ସେ 2024ରେ ସେ ଟିକେଟ ର ଆଶାୟୀ ଥିଲେ ଦଳୀୟ ଟିକେଟରୁ ବଂଚିତ ହେଲେ ବିକଳ୍ପରେ ବିଜେପି ଆଡକୁ ଢଳିବେ ବୋଲି କୁଆଡେ ଇସାରା ଦେଉଥିଲେ ।ଏମିତିକି ବିଜେପିର ବହୁ ନେତାଙ୍କ ସହ ଯୋଗାଯୋଗରେ ଥିଲେ ଏଇ ସମ୍ପର୍କରେ ବିଜେଡି ଫୋରମ୍ରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ ।ସେପଟେ ଦଳରୁ ବିଦା ହେଲା ପରେ ରଘୁରାମ କହିଛନ୍ତି ଦଳରେ ମୁ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟକରୁଥିଲି ,ତାଙ୍କ ସାଙ୍ଗଠିନକ ଦକ୍ଷତା ବୃଦ୍ଧି ହେଉଥିବା ଦେଖି କୋରାପୁଟ ବିଧାୟକ ରଘୁରାମ ପୋଡଲ ଏପରି ଚକ୍ରାନ୍ତ କରିଛନ୍ତି । ଦଳର ଏହି ନିଷ୍ପତି ତାଙ୍କପାଇଁ ଆଗକୁ ଶୁଭଙ୍କର ହେବ ବୋଲି ବୟାନ ଦେବା ପରେ କୋରାପୁଟ ରାଜନିତୀରେ ଚର୍ଚା ଜୋର ଧରିଛି ।