Rahul Gandhi again raised questions about EVMs

0
Oplus_0

ଇଭିଏମକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ରାହୁଲ

 

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଲୋକସଭା ନିର୍ବାଚନ ସରୁ ସରୁ ଉଠିଲା ଇଲେକ୍ ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍ ପ୍ରସଙ୍ଗ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ସେ ଏହାକୁ ବ୍ଲାକ୍ ବକ୍ସ ବୋଲି କହିଛନ୍ତି । ରାହୁଲ ଗାନ୍ଧି ଏକ୍ସ ସିଇଓ ଏଲନ୍ ମସ୍କଙ୍କ ଏକ୍ସ ପୋଷ୍ଟକୁ ରି-ପୋଷ୍ଟ କରିବା ସହ ଭାରତରେ ଇଭିଏମ୍ ହେଉଛି ଏକ ବ୍ଲାକ୍ ବକ୍ସ ବୋଲି କହିଛନ୍ତି ।ଏହାକୁ ଯାଞ୍ଚ କରିବାକୁ କାହାର ବି ଅନୁମତି ନାହିଁ । ଭାରତରେ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଚିନ୍ତା ବଢ଼ୁଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଅନୁଷ୍ଠାନଗୁଡ଼ିକର ଉତ୍ତରଦାୟିତ୍ୱ ଅଭାବ ରହିଲେ ଗଣତନ୍ତ୍ର ଦେଖାଣିଆ ପାଲଟିଯାଏ ଏବଂ ଠକାମିର ସମ୍ଭାବନା ବଢ଼ିଯାଏ ବୋଲି ରାହୁଲ କହିଛନ୍ତି ।ଏଲନ୍ ମସ୍କ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଇଭିଏମ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ ।

ସେ କହିଥିଲେ ଯେ, ଇଭିଏମକୁ ରଦ୍ଦ କରିଦେବା ଉଚିତ୍ । ଏହାକୁ ସାଧାରଣ ଲୋକ କିମ୍ବା ଏଆଇ ଦ୍ୱାରା ହ୍ୟାକ୍ କରିବା ଆଶଙ୍କା ରହିଛି । କିନ୍ତୁ ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହାକୁ ଖଣ୍ଡନ କରିବା ସହ ଭାରତରେ ଇଭିଏମ ସମ୍ପୂର୍ଣ୍ଣ ନିରାପଦ ବୋଲି କହିଛନ୍ତି ନିର୍ବାଚନ ବେଳେ ଇଭିଏମ୍ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । କିନ୍ତୁ ଫଳାଫଳ ପରେ ମାମଲା ପୂରା ଠପ୍ ପଡ଼ିଯାଇଥିଲା । ଏବେ ପୁଣିଥରେ ସେହି ପ୍ରସଙ୍ଗ ଉଠିବା, ଆଗକୁ ରାଜନୀତିକୁ ସରଗରମ କରିବ ।

LEAVE A REPLY

Please enter your comment!
Please enter your name here