ନ୍ୟାୟ ଯାତ୍ରା ପାଇଁ ଓଡ଼ିଶାର ୧୦ ଜିଲ୍ଲା ଦେଇ ଛତିଶଗଡ଼ ଯିବେ ରାହୁଲ ଗାନ୍ଧୀ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସର ପ୍ରସ୍ତାବିତ ଜିଲ୍ଲା ସଂପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଝାରଖଣ୍ଡ ପଟୁ ଓଡ଼ିଶା ନ୍ୟାୟ ଯାତ୍ରା ପାଇଁ ଓଡ଼ିଶାର ୧୦ ଜିଲ୍ଲା ଦେଇ ଛତିଶଗଡ଼ ଯିବେ ରାହୁଲ ଗାନ୍ଧୀ: ଶରତ ପଟ୍ଟନାୟକଭିତରକୁ ପ୍ରବେଶ କରିବେ ଓ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଗଞ୍ଜାମ , କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଆଦି ୧୦ ଜିଲ୍ଲା ଦେଇ ଛତିଶଗଡ଼ ଅଭିମୁଖେ ଯାତ୍ରା କରିବେ। ପିସିସି ସଭାପତି ଆହୁରି କହିଛନ୍ତି, ୯୦ ମିଶନ ସଫଳ ପାଇଁ କଂଗ୍ରେସ ଅଙ୍କ କଷୁଛି।

୨୦୧୯ ନିର୍ବାଚନରେ ଦଳ ୬୯ଟି ଆସନରେ ଅଳ୍ପ ଭୋଟ୍ ବ୍ୟବଧାନରେ ହାରିଥିବା ଓ ସଂଗଠନକୁ ହାତରେ ରଖିଥିବା ନେତାଙ୍କୁ ଦଳ ୨୦୨୪ ବିଧାନସଭା ନିର୍ବାଚନରେ ପୁଣି ପ୍ରାର୍ଥୀ କରିବ। ସୂଚନାଯୋଗ୍ୟ, ନ୍ୟାୟ ଯାତ୍ରା ଉପରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ପିସିସି ସଭାପତି ଦିଲ୍ଲୀ ଯାଇଛନ୍ତି। ଯେଉଁ ରାଜ୍ୟ ଦେଇ ନ୍ୟାୟ ଯାତ୍ରା ଯିବ, ସେହିସବୁ ରାଜ୍ୟର ପିସିସି ସଭାପତିଙ୍କୁ ଦିଲ୍ଲୀ ଡାକରା ହୋଇଛି।

LEAVE A REPLY

Please enter your comment!
Please enter your name here